ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରଥମ: ଆସିବ ‘ଯୋଗୀ-୨’ର ଦ୍ୱିତୀୟ ଭାଗ

Advertisment
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରଥମ: ଆସିବ ‘ଯୋଗୀ-୨’ର ଦ୍ୱିତୀୟ ଭାଗ

ବଲିଉଡ୍‌ରେ ସିକ୍ୱେଲ୍‌ର ପ୍ରଥା ଏବେ ଖୁବ୍‌ ଲୋକପ୍ରିୟ। ଆମ ଜାଣିବାରେ ଓଡ଼ିଆ ଫିଲ୍ମ ଜଗତରେ ତାହା ଏଯାଏ ଆରମ୍ଭ ହୋଇନାହିଁ। ସେ ରୀତିର ଶୁଭ ପକାଇବାକୁ ଯାଉଛନ୍ତି ନିକଟରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ଯୋଗୀ’ର ପ୍ରଯୋଜକ ଶ୍ରୀଧର ମାର୍ଥା।

ରେଞ୍ଜ୍‌ ରୟାଲ୍‌ ସିନେ ଲ୍ୟାବ୍‌ ବ୍ୟାନର୍‌ର ଦ୍ୱିତୀୟ ଅବଦାନ ଭାବେ ତିଆରି ହୋଇଥିବା ‘ଯୋଗୀ’ ଗତ ସପ୍ତାହରେ ରିଲିଜ୍‌ ହୋଇଥିଲା। ବିଜୟ ମହାନ୍ତି, ମନୋଜ ମିଶ୍ର, ହର ରଥ, ନିକିତା, ରୁମ୍ପା ସରକାର (ମୁମ୍ବାଇ), ଆର୍ୟାନ୍‌, ନିକିତା, ସ୍ମିତା ମହାନ୍ତି, ଜୟୀରାମ ସାମଲ, ଦେବୁ ବ୍ରହ୍ମା, ବ୍ରଜ ସିଂହ, ତୁଷାର, ଜଗା, ସରୋଜ ଦାସ, ପ୍ରେମାଞ୍ଜନ, ପ୍ରଜ୍ଞା, ହାଡୁ, ପପି ସାନ୍ତୁକା, ସୁମନ, ଚୌଧୁରୀ ବିକାଶ ଦାସ ଓ ବିଜୁ ବଡ଼ଜେନାଙ୍କୁ ନେଇ ଏଥିରେ ଅଛି ଗୋଟେ ଲମ୍ବା ଷ୍ଟାର୍‌ କାଷ୍ଟ୍‍। କାହାଣୀ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନିରଞ୍ଜନ ବେହେରା। ଜଣେ ଯୋଗୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ଏବଂ ତା’ପରେ ବ୍ୟବସ୍ଥାକୁ ସୁଧାରିବାଲାଗି ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିବାର କାହାଣୀ ଅଛି ଏ ଫିଲ୍ମରେ। ଭିନ୍ନ ଧରଣର ଶୀର୍ଷକ ଏବଂ ସେଥିରେ ଥିବା ନୂଆ ଧରଣର କାହାଣୀ ପାଇଁ ଫିଲ୍ମଟି ପ୍ରତି ପ୍ରଥମରୁ ଦର୍ଶକମାନଙ୍କର ଉତ୍କଣ୍ଠା ପରିଲକ୍ଷିତ ହେଉଥିଲା। ଫିଲ୍ମଟି ରିଲିଜ୍‌ ହେବାପରେ ଦର୍ଶକଙ୍କ ପ୍ରତିକ୍ରିୟାକୁ ଦେଖି ଏହାର ଦ୍ୱିତୀୟ ଭାଗ ତିଆରିବାଲାଗି ସେ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମାର୍ଥ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘‘ମୁଁ ଦେଖୁଛି, ଦର୍ଶକମାନେ ଯୋଗୀକୁ ବହୁତ ପସନ୍ଦ କରୁଛନ୍ତି। ଯୋଗୀ ପରଦାକୁ ଆସିବା ମାତ୍ରେ ହଲ୍‌ ତାଳି ଓ ହ୍ଵିସିଲ୍‌ରେ ଉଛୁଳି ଉଠୁଛି। ତେବେ କାହାଣୀ ଅନୁସାରେ ଯୋଗୀର ପ୍ରବେଶ ଫିଲ୍ମର ଦ୍ୱିତୀୟାର୍ଦ୍ଧରେ ହିଁ ଘଟିଛି। ଅନେକ ଦର୍ଶକ ଫିଲ୍ମ ଶେଷକୁ କହୁଛନ୍ତି- ସେମାନେ ଯୋଗୀକୁ ଆହୁରି ଅଧିକ ଦେଖିବାକୁ ଚାହୁଥିଲେ! ସେମାନଙ୍କ ଆଗ୍ରହକୁ ଦେଖି ମୁଁ ଏହାର ଦ୍ୱିତୀୟ ଭାଗ ‘ଯୋଗୀ ୨’ ତିଆରିବାଲାଗି ନିଷ୍ପତ୍ତି ନେଇଛି। ‘ଯୋଗୀ ୨’ରେ ପ୍ରଥମ ଫିଲ୍ମର ପୂରା ଟିମ୍‌କୁ ନିଆଯିବ।’’ ଉଲ୍ଲେଖନୀୟ ଯେ ତାଙ୍କ ବ୍ୟାନର୍‌ର ପରବର୍ତ୍ତୀ ଫିଲ୍ମ ‘ନାଥୁରାମ୍‌’ର ଘୋଷଣା ସେ କରି ସାରିଛନ୍ତି। ‘ନାଥୁରାମ୍‌’ ପରେ ‘ଯୋଗୀ ୨’ର କାମ ଆରମ୍ଭ ହେବ ବୋଲି ସେ କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe