ସୋସିଆଲ ମିଡିଆରେ ସକ୍ରିୟ ନ ରହିବାର କାରଣ ଜଣାଇଲେ ଜନ୍

Advertisment

ବଲିଉଡର 'ହ୍ୟାଣ୍ଡସମ୍ ହଙ୍କ୍' ଭାବରେ ଜଣାଶୁଣା ଅଭିନେତା ଜନ୍ ଆବ୍ରାହମ୍ ଆଗାମୀ ଫିଲ୍ମ ଫିଲ୍ମ 'ଦି ଡିପ୍ଲୋମାଟ୍' ପାଇଁ ଜଣାଶୁଣା। ଏହାର ପ୍ରଚାର ବେଳେ ଜନ୍ ସୋସିଆଲ ମିଡିଆରେ ସକ୍ରିୟ ନ ରହିବାର କାରଣ ଜଣାଇଛନ୍ତି।

ବଲିଉଡର 'ହ୍ୟାଣ୍ଡସମ୍ ହଙ୍କ୍' ଭାବରେ ଜଣାଶୁଣା ଅଭିନେତା ଜନ୍ ଆବ୍ରାହମ୍ ଆଗାମୀ ଫିଲ୍ମ ଫିଲ୍ମ 'ଦି ଡିପ୍ଲୋମାଟ୍' ପାଇଁ ଜଣାଶୁଣା। ଏହାର ପ୍ରଚାର ବେଳେ ଜନ୍ ସୋସିଆଲ ମିଡିଆରେ ସକ୍ରିୟ ନ ରହିବାର କାରଣ ଜଣାଇଛନ୍ତି।

john abraham reaction

ମୁମ୍ବାଇ: ବଲିଉଡର 'ହ୍ୟାଣ୍ଡସମ୍ ହଙ୍କ୍' ଭାବରେ ଜଣାଶୁଣା ଅଭିନେତା ଜନ୍ ଆବ୍ରାହମ୍ ତାଙ୍କର ପ୍ରତ୍ୟେକ ଫିଲ୍ମରେ ଏକ ଭିନ୍ନ କାହାଣୀ ଆଣିଥାନ୍ତି। ଅନେକ ମାସ ହେଲାଣି, ଆମେ ଜନଙ୍କୁ ବଡ଼ ପରଦାରେ କେବଳ ଦେଶପ୍ରେମପୂର୍ଣ୍ଣ ଚଳଚ୍ଚିତ୍ର କରୁଥିବାର ଦେଖିଆସୁଛୁ। ଲୋକମାନେ ଅଭିନେତାଙ୍କ ଏହି ଅବତାରକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି। ଏବେ ପୁଣି ଥରେ ସେ ବଡ଼ ପରଦାକୁ ଏକ ଅନନ୍ୟ ଦେଶପ୍ରେମର କାହାଣୀ ଆଣିଛନ୍ତି। ତାଙ୍କ ଫିଲ୍ମ 'ଦି ଡିପ୍ଲୋମାଟ୍'ରେ ସେ ଜଣେ ଭାରତୀୟ କୂଟନୀତିଜ୍ଞଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଯିଏ ଜଣେ ଭାରତୀୟ ମହିଳାଙ୍କୁ ପାକିସ୍ତାନରୁ ତାଙ୍କ ଦେଶକୁ ଫେରାଇ ଆଣିବେ।

ଜନ୍ ଏବେ ଏହି ଫିଲ୍ମର ପ୍ରଚାର କରୁଛନ୍ତି। ସେ ଏବଂ ତାଙ୍କ ସହ କଳାକାର ଗଣମାଧ୍ୟମ ପ୍ରତିନିଧିଙ୍କୁ ସକ୍ଷାତକ‌ାର ଦେଉଥିବ‌ା ଦେଖାଯାଉଛି। ଏହି ସମୟରେ, ଜନ୍ ସୋସିଆଲ ମିଡିଆରେ ସକ୍ରିୟ ନ ରହିବାର କାରଣ ଜଣାଇଛନ୍ତି। ସେ କହିଛନ୍ତି ଯେ, "ଆଜିର ସମୟରେ ଆମର ସମସ୍ୟା ହେଉଛି ଯେ, ସୋସିଆଲ ମିଡିଆ ମାଧ୍ୟମରେ ଆମେ କମେଣ୍ଟ ମାଧ୍ୟମରେ ଏପରି ଲୋକଙ୍କ ପରାମର୍ଶ ଏବଂ କଥା ଶୁଣୁଛୁ ଯାହାକୁ ଆମେ ଜାଣିନାହୁଁ। ଏହା ସବୁଠାରୁ ଭୟଙ୍କର। କାରଣ ଆମେ ଏପରି ଜଣେ ବ୍ୟକ୍ତିଙ୍କ କମେଣ୍ଟ ପଢ଼ି ଚିନ୍ତିତ ହେଉ, ଯିଏ ହୁଏତ କଫି ପିଇବା ବେଳେ ବା ଶୌଚାଳୟରେ ବସିଥିବା ବେଳେ କିମ୍ବା କାହା ଉପରେ ରାଗିଥିବା ବେଳେ ସେହି କେମଣ୍ଟ କରିଥିବ। କିଛି ଲୋକ ନିଜ ବ୍ୟକ୍ତିଗତ ଜୀବନର ରାଗ ସୋସିଆଲ ମିଡିଆରେ କମେଣ୍ଟ କରି ଶାନ୍ତ କରନ୍ତି। ଆଉ ସେହି କମେଣ୍ଟ ପଢ଼ି ଆମେ ଚିନ୍ତିତ ହୋଇଯାଏ। ମୁଁ ଭାବୁଛି ତୁମ ପାଇଁ କିଏ ଗୁରୁତ୍ୱପୂର୍ଣ୍ଣ ଏବଂ କିଏ ନୁହେଁ, ଏହା ଭାବିବା ଏବଂ ବୁଝିବା ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ମୁଁ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନୁହେଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe