ରେସ୍ତୋରାଁରେ ୬୪ପଟ ରୁଟି ଖାଇବା ପରେ ଜନଙ୍କୁ ୱେଟର କହିଥିଲେ ଏଭଳି କଥା

Advertisment
ରେସ୍ତୋରାଁରେ ୬୪ପଟ ରୁଟି ଖାଇବା ପରେ ଜନଙ୍କୁ ୱେଟର କହିଥିଲେ ଏଭଳି କଥା

ମୁମ୍ବାଇ: ବଲିଉଡର ସବୁଠାରୁ ଫିଟ ଅଭିନେତା ତାଲିକାରେ ଜନ ଆବ୍ରାହମଙ୍କ ନାମ ଆସିଥାଏ। ଜନଙ୍କ ଭଳି ଫିଟ ରହିବା ପାଇଁ ତାଙ୍କ ପ୍ରଶଂସକ ଚେଷ୍ଟା କରିଥାଆନ୍ତି। ଜନ ୱାର୍କଆଉଟ ସହିତ ତାଙ୍କ ଡାଏଟ ଉପରେ ବି ବିଶେଷ ଧ୍ୟାନ ଦେଇଥାଆନ୍ତି। କିନ୍ତୁ ଜନ ମୂଳରୁ ଏମିତି ନଥିଲେ। ଦିନଥିଲା ସେ ପ୍ରଚୁର ମାତ୍ରାରେ ଖାଉଥିଲେ।

ଜନ ତାଙ୍କର ଅପକମିଂ ସିନେମା ‘‘ଆଟାକ’ର ପ୍ରମୋସନ ପାଇଁ ‘ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ। ଏଠାରେ ସେ ଏକ ମଜାଳିଆ ଘଟଣା ସମସ୍ତଙ୍କ ସାମ୍ନାରେ ସେୟାର କରିଥିଲେ। ଯାହାକୁ ଶୁଣି କପିଲ ନିଜ ହସ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲେ। ଜନ୍ ଆବ୍ରାହମ ‘ଦ କପିଲ ଶର୍ମାଙ୍କ ସୋ’ରେ କହିଛନ୍ତି, ଦିନେ ସେ ଏକ ରେସ୍ତୋରାଁରେ ୬୪ପଟ ରୁଟି ଖାଇ ଦେଇଥିଲେ। ଏହାପରେ ୱେଟର ଆସି କହିଥିଲେ ଏବେ ଭାତ ଅଛି ଆଜ୍ଞା।

ବଲିଉଡ ଅଭିନେତା ଜନ୍ ଅବ୍ରାହମ, ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଡିଜ ଅଭିନୀତ ଫିଲ୍ମ ‘ଆଟାକ’ର ପ୍ରଥମ ପାର୍ଟ ଚଳିତବର୍ଷ ଏପ୍ରିଲ ୧ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବ । ନିକଟରେ ଜନ୍ ସିନେମାର ଏକ ପୋଷ୍ଟର ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ , ‘ଆଟାକ’ପାଇଁ ପ୍ରସ୍ତୁତ ହୋଇଯାଅ । ଏହି ସିନେମା ପରେ ଜନଙ୍କୁ ଶାହାରୁଖଙ୍କ ପଠାନ ସିନେମାରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe