ସାମ୍ବାଦିକ ପୁଲଓ୍ଵାମାକୁ ନେଇ ଏଭଳି ପ୍ରଶ୍ନ କରିବା ପରେ କ୍ଷମା ମାଗିବାକୁ କହିଲେ ଅଭିନେତା ଜନ୍‌ ଆବ୍ରାହମ୍‌

ସାମ୍ବାଦିକ ପୁଲଓ୍ଵାମାକୁ ନେଇ ଏଭଳି ପ୍ରଶ୍ନ କରିବା ପରେ କ୍ଷମା ମାଗିବାକୁ କହିଲେ ଅଭିନେତା ଜନ୍‌ ଆବ୍ରାହମ୍‌

bollywoodbubble.com

ମୁମ୍ବାଇ : ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ ଏବେ ଏକ ନୂତନ ଧରଣର ଫିଲ୍ମ ନେଇ ଆସୁଥିବା ଜଣାପଡ଼ିଛି । ଫିଲ୍ମର ନାଁ ରୋମିଓ ଆକ୍‌ବର ଓ୍ଵାଲଟର(ର’) ରହିଥିବା ବେଳେ ସୋମବାର ଏହାର ଟ୍ରେଲର ରିଲିଜ୍‌ କରାଯାଇଥିଲା । ଏହି ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଫିଲ୍ମ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ ଅଭିନେତା ଜନ୍‌ ଏବଂ ଫିଲ୍ମର ଅନ୍ୟ ସଦସ୍ୟ । ଏହି ସମୟରେ ଜଣେ ସାମ୍ବାଦିକ ପୁଲଓ୍ଵାମାକୁ ନେଇ ଯେଉଁଭଳି ଭାବରେ ପ୍ରଶ୍ନ କରିଥିଲେ, ତାହା ଜନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରେ ସେ ଏଭଳି ପଚାରିଥିବା ସାମ୍ବାଦିକଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ ।

publive-image India Today

ସୂଚନା ମୁତାବକ, ଏବେ ପୁଲଓ୍ଵାମା ଆକ୍ରମଣ ଉପରେ ଆପଣ ଫିଲ୍ମ କରି ଲୋକମାନଙ୍କୁ ଯୁଦ୍ଧ କରିବା ପାଇଁ ପ୍ରୋତ୍ସାହିତ କରିବେ କି ବୋଲି ସାମ୍ବାଦିକ ପ୍ରଶ୍ନ କରିବା ପରେ ଏହାର କଡ଼ା ଜବାବ ଦେଇ କ୍ଷମା ମାଗିବାକୁ କହିଥିଲେ ଜନ୍‌ । ନିଜର ଉତ୍ତର ରଖି ଆପଣ ଯାହା ବି ପ୍ରଶ୍ନ ପଚାରୁଛନ୍ତି, ସେ ନେଇ ଆପଣଙ୍କୁ ଯତ୍ନବାନ ହେବା ଦରକାର । ଆପଣଙ୍କର ସାମାଜିକ ଦାୟିତ୍ୱ ରହିଛି । ଏଭଳି ପ୍ରଶ୍ନ ଆଉ କେବେ ପଚାରିବେ ନାହିଁ । ଦୟାକରି ସମସ୍ତଙ୍କୁ କ୍ଷମା ମାଗନ୍ତୁ ବୋଲି କହିଥିଲେ ଜନ୍‌ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe