Deccan Chronicle
ମୁମ୍ବାଇ : ବଲିଉଡ୍ର ସବୁଠାରୁ ଫିଟ୍ ଏବଂ ଡାସିଙ୍ଗ ହିରୋ ଭାବରେ ପରିଚିତ ଅଭିନେତା ଜନ ଆବ୍ରାହମ୍ । ପୂର୍ବରୁ ତାଙ୍କର ଫିଲ୍ମ ‘ପରମାଣୁ’ ରିଲିଜ ହୋଇ ସାରିଥିବା ବେଳେ ଏବେ ଫିଲ୍ମ ‘ସତ୍ୟମେବ ଜୟତେ’ ରିଲିଜ ଅପେକ୍ଷାରେ ରହିଛି । ଦର୍ଶକମାନଙ୍କ ମନରେ ଫିଲ୍ମରେ ଜନ୍ଙ୍କର ଥିବା ଆକ୍ସନ ଦୃଶ୍ୟ ସହ ଫିଲ୍ମର ଟାଇଟଲକୁ ନେଇ ଉତ୍ସାହ ବଢ଼ିବାକୁ ଲାଗିଛି। ତେବେ ଫିଲ୍ମର ପ୍ରମୋସନ ପାଇଁ ଏକ ନିଉଜ୍ େଓ୍ଵବ୍ସାଇଟ୍କୁ ସାକ୍ଷାତ ଦେଇ ମହିଳାମାନଙ୍କ ସହ ହେଉଥିବା ଅପରାଧ ବିଷୟରେ ନିଜ ମତ ରଖିଥିଲେ ସେ । ସମାଜରେ ଦିନକୁ ଦିନ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅପରାଧ ଏବେ ଚିନ୍ତାର ବିଷୟ ପାଲଟିଛି ।
hdfinewallpapers.comjohn ସବୁ ପୁରୁଷଙ୍କ ଭାବନା ମହିଳାମାନଙ୍କୁ ନେଇ ଅଲଗା ଅଲଗା ହୋଇଥାଏ । କିଛି ପୁରୁଷଙ୍କର ଦୃଷ୍ଟିଭଙ୍ଗୀରେ ନଗ୍ନତା ଥାଏ। ସେମାନେ ମହିଳାମାନଙ୍କୁ ନଗ୍ନ ଚିନ୍ତାଧାରାରେ ଦେଖନ୍ତି । ଏଥିଲାଗି ମହିଳାମାନଙ୍କ ଜୀବନ ପ୍ରତି ବିପଦ ଏବେ ବଢ଼ିବାରେ ଲାଗିଛି । ଯାହା ଏବେ ଦେଶର ସବୁଠାରୁ ବଡ଼ ସମସ୍ୟା ପାଲଟିଛି । ଏଥି ପାଇଁ ଦେଶର ଲୋକମାନଙ୍କୁ ନିଜର ଚିନ୍ତାଧାରା ବଦଳାଇବାକୁ ପଡ଼ିବ ବୋଲି ଜନ୍ କହିଥିଲେ ।
Follow Us