ଏକାଠି କାମ କରିବେ ଜନ୍ ଓ ଅଭିଷେକ

Advertisment
ଏକାଠି କାମ କରିବେ ଜନ୍ ଓ ଅଭିଷେକ

zee5.com

ପୁଣି ବଡ଼ ପରଦାରେ ଏକାଠି ଅଭିନୟ କରିବେ ଜନ୍ ଆବ୍ରାହମ ଓ ଅଭିଷେକ ବଚ୍ଚନ। ଗତବର୍ଷ ଜାନୁଆରିରେ ମୁକ୍ତିଲାଭ କରିଥିବା ମାଲାୟଲମ୍ ଚଳଚ୍ଚିତ୍ର ‘ଅୟପ୍ପନମ୍ କୋସିୟମ୍’ର ହିନ୍ଦୀ ରି-ମେକ୍‌ରେ ଏ ଦୁହେଁ ଧମାଲ୍ କରିବେ। ଚଳଚ୍ଚିତ୍ରର କପିରାଇଟ୍ସ ରିଲିଜ୍ ହେବାର ଦୁଇମାସ ମଧ୍ୟରେ ଜନ୍ କିଣି ସାରିଥିଲେ। ତେବେ କରୋନା ଯୋଗୁଁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇପାରିନଥିଲା। ଏବେ ଧୀରେ ଧୀରେ ସବୁ କିଛି କୋହଳ ହେଉଥିବାରୁ ସୁଟିଂ ଆରମ୍ଭ ପାଇଁ ଜନ୍ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ତାଙ୍କ ସହ ଅଗ୍ରଣୀ ଭୂମିକାରେ ଅଭିଷେକ ଅଭିନୟ କରିବେ ବୋଲି ସେ କହିଛନ୍ତି।

ତେବେ ‘ଦୋସ୍ତାନା’ ଚଳଚ୍ଚିତ୍ର ପରଠୁ ଜନ୍- ଅଭିଷେକଙ୍କ ଯୋଡ଼ି ଆଉ କୌଣସି ପ୍ରୋଜେକ୍ଟରେ ଏକାଠି କାମ କରିବାକୁ ସୁଯୋଗ ପାଇନଥିଲେ। ଏପରିକି ‘ଦୋସ୍ତାନା ୨’ ପାଇଁ ପ୍ରଯୋଜକ ଦୁହିଁଙ୍କୁ ପୁଣି ଥରେ ଚଳଚ୍ଚିତ୍ରରେ ଏକାଠି କାମ କରାଇବାକୁ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର କାହାଣୀକୁ ନେଇ ଉଭୟ ସନ୍ତୁଷ୍ଟ ନ ହେବାରୁ ବାଧ୍ୟ ହୋଇ ସେମାନଙ୍କୁ ଚଳଚ୍ଚିତ୍ରରୁ ଓହରିବାକୁ ପଡ଼ିଥିଲା। ପରେ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍ ଓ ଜାହ୍ନବୀ କପୁରଙ୍କ ନେଇ ଦୋସ୍ତାନା ୨ କରାଯିବ ବୋଲି ପ୍ରଯୋଜକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe