ସେ ଦ୍ବିତୀୟ ଥର ଚିନ୍ତା କରିବା ଉଚିତ୍; ପରେଶଙ୍କୁ ନେଇ ଏଭଳି କହିଲେ ଜନି ଲିଭର

Advertisment
banbqhefwegh

ମୁମ୍ବାଇ: ବହୁଚର୍ଚ୍ଚିତ ଫିଲ୍ମ ହେରା ଫେରି ୩ ଏବେ ଶିରୋନାମାରେ ଅଛି। ପ୍ରଥମେ ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କିନ୍ତୁ ଫିଲ୍ମର ଗୁରୁତ୍ବପୂର୍ଣ୍ଣ ଚରିତ୍ର ଅଭିନେତ‌ା ପରେଶ ରାୱଲ ଫିଲ୍ମ ଛାଡିବା ପରେ ଏବେ ପ୍ରଶଂସକ ନିରାଶ ହୋଇଛନ୍ତି। ହଠାତ୍ ତାଙ୍କର ଫିଲ୍ମ ଛାଡ଼ିବା ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶଂସକମାନଙ୍କ ସହିତ ସେଲିବ୍ରିଟିମାନେ ମଧ୍ୟ ଅନୁଭବ କରୁଛନ୍ତି ଯେ, ପରେଶ ରାୱଲଙ୍କ ବିନା ଫିଲ୍ମ ମଜାଦାର ହେବ ନାହିଁ। ହେରା ଫେରି ଫ୍ରାଞ୍ଚାଇଜିର ଅଂଶ ଥିବା ଜନି ଲିଭର ମଧ୍ୟ ଏହା କହିଛନ୍ତି। 

ଜନି ଲିଭରଙ୍କ ଅନୁଯାୟୀ, ପରେଶ ରାୱଲଙ୍କୁ ତାଙ୍କ ନିଷ୍ପତ୍ତି ବିଷୟରେ ପୁଣି ଥରେ ଚିନ୍ତା କରିବା ଉଚିତ। କାରଣ ତାଙ୍କ ବିନା ଫିଲ୍ମ ମଜାଦାର ହେବ ନାହିଁ। ଜନି ଲିଭରଙ୍କ ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି। ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓକୁ ସାକ୍ଷାତକାରରେ ଦେଇ ଜନି ଲିଭର, ପରେଶ ରାୱଲଙ୍କ ଫିଲ୍ମ ଛାଡିବା ଉପ‌ରେ ନିଜର ମତ ରଖିଥିଲେ।  ସେ କହିଥିଲେ ଯେ, "ପରେଶ ରାୱଲଙ୍କୁ ଦଳ ସହିତ ବସି ସମସ୍ୟାର ସମାଧାନ କରିବା ଉଚିତ୍। କାରଣ ପ୍ରଶଂସକମାନେ ତାଙ୍କୁ ଫିଲ୍ମରେ ଖୁବ ମନେ ପକାଇବେ । ମୁଁ ଭାବୁଛି ତାଙ୍କୁ ଫିଲ୍ମ କରିବା ଉଚିତ୍। ଉଭୟ ପକ୍ଷ ବସି ଏନେଇ କଥା ହେବା ଉଚିତ୍ ଓ ସମସ୍ୟାର ସମାଧାନ କରିବା ଉଚିତ୍। କାରଣ ପରେଶଜୀଙ୍କ ବିନା ଫିଲ୍ମ ଦେଖିବାକୁ ମଜା ଲାଗିବ ନାହିଁ।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe