ଓସ୍କାର୍ ଆଓ୍ଵାର୍ଡ ପାଇବା ପରେ ସିଟ୍ ତଳେ ଲୁଚାଉଥିଲେ ନିର୍ଦ୍ଦେଶକ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

Advertisment
ଓସ୍କାର୍ ଆଓ୍ଵାର୍ଡ ପାଇବା ପରେ ସିଟ୍ ତଳେ ଲୁଚାଉଥିଲେ ନିର୍ଦ୍ଦେଶକ, କ୍ୟାମେରାରେ କଏଦ ହେଲା ଦୃଶ୍ୟ

Lokmat.com

ମୁମ୍ବାଇ: ଓସ୍କାର-୨୦୨୦ ଶେଷ ହୋଇ ସାରିଥିବା ବେଳେ ବିଭିନ୍ନ ଫିଲ୍ମକୁ ଏହି ସମ୍ମାନଜନକ ଆୱାର୍ଡ ଦିଆଯାଇ ସମ୍ମାନିତ କରାଯାଇଛି। ଲସ୍‌ ଏଞ୍ଜେଲସ୍‌ର ଡଲବି ଥିଏଟରରେ ଆୟୋଜିତ ହୋଇଥିବା ଇଭେଣ୍ଟରେ ଚଳିତବର୍ଷ କୌଣସି ଭାରତୀୟ ଫିଲ୍ମ ଏହି ଆୱାର୍ଡ ପାଇବାକୁ ସଫଳ ହୋଇପାରି ନାହାନ୍ତି। ସାଉଥ୍ କୋରିଆର ଫିଲ୍ମ ‘ପାରାସାଇଟ’କୁ ଶ୍ରେଷ୍ଠ ସିନେମା ଭ‌ାବେ ଓସ୍କାର ଆୱାର୍ଡ ମିଳିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଇଭେଣ୍ଟରେ ଫିଲ୍ମ, ନିର୍ଦ୍ଦେଶକ, କଳାକାରମାନଙ୍କୁ ଆୱାର୍ଡ ମିଳୁଥିବା ବେଳେ ଜଣେ ନିର୍ଦ୍ଦେଶକ କରୁଥିବା କାମ କ୍ୟାମେରାରେ କଏଦ ହୋଇଥିଲା।

ସମସ୍ତେ ଆୱାର୍ଡ ସୋ’ ଉପରେ ଧ୍ୟାନ ଦେଇଥିବା ବେଳେ ଫିଲ୍ମ ‘ଜୋଜୋ ରାବିଟ’ର ନିର୍ଦ୍ଦେଶକ ତାୟିକା ୱେଟିଟି ନିଜ ଆୱାର୍ଡକୁ ସିଟ୍ ତଳେ ଲୁଚାଉଥିବାର ଦେଖାଯାଇଥିଲା। ଫିଲ୍ମ ଜୋଜୋ ରାବିଟକୁ ଶ୍ରେଷ୍ଠ  ଚିତ୍ରନାଟ୍ୟ ପାଇଁ ସମ୍ମାନିତ କରାଯିବା ପରେ ଓସ୍କାର ଆୱାର୍ଡ ଗ୍ରହଣ କରିଥିଲେ ନିର୍ଦ୍ଦେଶକ ତାୟିକା ୱେଟିଟି। ଏହା ପରେ ସେ ନିଜ ସିଟରେ ଆସି ବସିଥିଲେ। ଏହି ସମୟରେ ତାଙ୍କୁ ମିଳିଥିବା ଆୱାର୍ଡକୁ ଆଗ ସିଟ୍ ତଳେ ଲୁଚାଇବା ଆରମ୍ଭ କରିଥିଲେ। ମଜା କରିବା ପାଇଁ ସେ ଏଭଳି କରିଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଲୋକେ ମଧ୍ୟ ଏହାର ମଜା ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe