ପଦ୍ମିନୀଙ୍କ ବୋଲ୍ଡ ହିରୋଇନ୍‌ରୁ ସଫଳ ଅଭିନେତ୍ରୀର ଯାତ୍ରା

Advertisment
ପଦ୍ମିନୀଙ୍କ ବୋଲ୍ଡ ହିରୋଇନ୍‌ରୁ ସଫଳ ଅଭିନେତ୍ରୀର ଯାତ୍ରା

India.com

ବିଗତ ଦିନର ଦିଗ୍‌ଗଜ ଅଭିନେତ୍ରୀ ପଦ୍ମିନୀ କୋଲ୍ଲାପୁରୀ ଆଜି ନିଜର ୫୫ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତର ଏହି ବରିଷ୍ଠ ଅଭିନେତ୍ରୀଙ୍କ ସ୍ମୃତିକୁ ଚାଲନ୍ତିୁ ପୁଣି ଥରେ ରୋମନ୍ଥନ କରିବା। ପଦ୍ମିନୀ ୫ ବର୍ଷ ବୟସରୁ ବଲିଉଡ୍‌ରେ ଶିଶୁ କଳାକାର ଭାବେ ପ୍ରବେଶ କରିଥିଲେ। ୧୯୭୪ ମସିହାର ‘ଏକ୍‌ ଖିଲାଡି ବାବନ୍‌ ପତେ’ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସେ ଶିଶୁ କଳାକାର ଭାବେ କ୍ୟାମେରାକୁ ସାମ୍‌ନା କରିଥିଲେ। ୧୯୭୮ ମସିହା ପର୍ଯ୍ୟନ୍ତ ସେ ବଲିଉଡ୍‌ରେ ଜଣେ ଶିଶୁ କଳାକାର ଭାବେ କାମ କରିଥିଲେ। ଏହାପରେ ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଗେହେରାଇ’ରେ ନ୍ୟୁଡ୍‌ ସିନ୍‌ ଦେଇ ସେ ରାତାରାତି ଚର୍ଚ୍ଚିତ ହୋଇଥିଲେ। ସେ ସମୟରେ ଚଳଚ୍ଚିତ୍ରରେ ଏଭଳି ନ୍ୟୁଡ୍‌ ସିନ୍‌ ଦେବା ବହୁତ ବଡ଼ କଥା ଥିଲା।

ଚଳଚ୍ଚିତ୍ରରେ ଦିଗ୍‌ଗଜ ଅଭିନେତା ଅମରେଶ ପୁରୀଙ୍କୁ ଜଣେ ତାନ୍ତ୍ରିକ ଭୂମିକାରେ ଦେଖିବାକୁ ମିଳିଥିଲା। ଏହାର ଏକ ସିନ୍‌ରେ ଆତ୍ମାକୁ ଏକ ଝିଅର ଶରୀରରୁ ବାହାର କରିବାକୁ ଅମ୍‌ରେଶ ପୁରୀ ନିବସ୍ତ୍ର ପୂଜା କରୁଥିବା ଦେଖିବାକୁ ମିଳିଥିଲା। ଏହି ସିନ୍‌ରେ ପଦ୍ମିନୀ ସମ୍ପୂର୍ଣ୍ଣ ନିବସ୍ତ୍ର ହୋଇ ଅଭିନୟ କରିଥିଲେ। ଖାଲି ସେତିକି ନୁହେଁ ‘ଇନ୍‌ସାଫ୍‌ କା ତରାଜୁ’ ଚଳଚ୍ଚିତ୍ରରେ ବି ଏକ ନାବାଳିକା ଦୁଷ୍ମର୍ମ ସିନ୍‌ରେ ପଦ୍ମିନୀ ଅତି ଅଶ୍ଳୀଳ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ସେହି ସମୟରେ ଦର୍ଶକମାନେ ମଧ୍ୟ ପଦ୍ମିନୀଙ୍କୁ ଦେଖିବାକୁ ବ୍ଲାକ୍‌ରେ ଟିକେଟ୍ କିଣୁଥିଲେ। ଏହି ଦୁଇ ଚଳଚ୍ଚିତ୍ର ପଦ୍ମିନୀଙ୍କୁ ରାତାରାତି ତାରକା କରିଦେଇଥିଲେ ମଧ୍ୟ ପଦ୍ମିନୀ ବୁଝିପାରିଥି‌ଲେ ଏହି ବୋଲ୍ଡ ହିରୋଇନ୍‌ର ଟ୍ୟାଗ୍‌ ତାଙ୍କ ଅଭିନୟ ଜୀବନରେ ଖୁବ୍‌ଶୀଘ୍ର ଜବନିକା ପକାଇଦେବ। ପରେ ସେ ରାଜ୍‌ କପୁରଙ୍କ ‘ପ୍ରେମ୍‌ ରୋଗ୍‌’ରେ ଅଭିନୟ କରି ନିଜ ଅଭିନୟର ଧ୍ବଜା ଲହରାଇଥିଲେ ଓ ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ଛ‌ାପ ସୃଷ୍ଟି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe