ଆଲିଆଙ୍କ ଗର୍ଭବତୀ ହେବା ଖବର ଶୁଣି ଏପରି ପ୍ରତିକ୍ରିୟା ରଖିଲେ ରଣବୀରଙ୍କ ମାଆ ନିତୁ

Advertisment
ଆଲିଆଙ୍କ ଗର୍ଭବତୀ ହେବା ଖବର ଶୁଣି ଏପରି ପ୍ରତିକ୍ରିୟା ରଖିଲେ ରଣବୀରଙ୍କ ମାଆ ନିତୁ

https://www.indiatoday.in

ମୁମ୍ବାଇ:  ନଭେମ୍ବର ମାସରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପ୍ରଥମ ସନ୍ତାନର ପିତାମାତା ହେବେ ବୋଲି ଆଜି ଆଲିଆ ଡାକ୍ତରଖାନାରେ ରହି ‘ସୋନୋଗ୍ରାଫି’ ବା ‘ଅଲ୍‌ଟ୍ରାସାଉଣ୍ଡ୍‌’ କରାଉଥିବା ବେଳର ଫଟୋ ସହିତ ସାମାଜିକ ଗଣମାଧ୍ୟମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ବାର୍ତ୍ତା ସେୟାର୍‌ କରିଛନ୍ତି। ଏହି ଖବର ଶୁଣିବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ରଣବୀରଙ୍କ ମାଆ ନିତୁ କପୁର୍‌।

ଡ୍ୟାନ୍ସ ଦିୱାନେ ଜୁନିୟର୍ସ ସେଟ୍‌ରେ ନିତୁଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ କି ଜେଜେମାଆ ହେବା ଖବର ଶୁଣି ଆପଣ କେତେ ଖୁସି ଅଛନ୍ତି? ନିତୁ ଏହି ପ୍ରଶ୍ନ ଶୁଣିବା ପରେ ତାଙ୍କ ମୁହଁରେ ହସ ଖେଳି ଯାଇଥିଲା। ତାପରେ ସେ ନିଜ ଛାତିରେ ହାତ ରଖି ନିଜ ଆନନ୍ଦ ବ୍ୟକ୍ତ କରିବା ସହ ପ୍ରତିନିଧିମାନଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ।

ସାମାଜିକ ଗଣମାଧ୍ୟମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ସେୟାର୍‌ ହୋଇଥିବା ଫଟୋରେ ଦେଖାଯାଉଛି ଆଲିଆଙ୍କର ‘ସୋନୋଗ୍ରାଫି’ ଚାଲିଥିବା ବ‌େଳେ ରଣବୀର କପୁର ତାଙ୍କ ପାଖରେ ବସି ଦେଖୁଛନ୍ତି। ଫଟୋ କ୍ୟାପ୍‌ସନ୍‌ରେ ଆଲିଆ ଲେଖିଛନ୍ତି, ‘ଆମ ପିଲା… ଖୁବ୍‌ ଶୀଘ୍ର ଆସୁଛି।’ ଏହି ପୋଷ୍ଟ୍‌ରେ ଆଲିଆଙ୍କ ମାଆ ସୋନି ରାଜଦନ ଲେଖିଛନ୍ତି, ‘ଅଭିନନ୍ଦନ ମାଆ ଓ ବାପା ସିଂହ।’

ଅନ୍ୟସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଉଭୟ ନିୟମିତ ଡାକ୍ତରଙ୍କ ପାଖକୁ ଯାଇ ‘ଚେକ୍‌ ଅପ୍‌’ କରିବା ସହିତ ସବୁ ପ୍ରକାର ପରୀକ୍ଷାନିରୀକ୍ଷା କରାଇ ସବୁ ଠିକ୍‌ଠାକ୍‌ ଅଛି ବୋଲି ସୁନିଶ୍ଚିତ ହୋଇସାରିଛନ୍ତି।

ସୂଚନାଯୋଗ୍ୟ, ୨୦୨୨ ଏପ୍ରିଲ୍‌ ୧୪ରେ ଅଭିନେତ୍ରୀ ଆଲିଆ ଓ ରଣବୀରଙ୍କ ବାହାଘର ସେମାନଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ହୋଇଥିଲା। ଏହି ଗୁପ୍ତ ବିବାହ ଅନୁଷ୍ଠାନରେ ଦୁହିଁଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧବ ଯୋଗ ଦେଇଥିଲେ। ବିବାହ ପୂର୍ବରୁ ଉଭୟ ୫ ବର୍ଷ ଧରି ‘ଡେଟିଙ୍ଗ୍‌’ କରିଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe