ମୁମ୍ବାଇ: ଗୁରୁବାର ଭୋର ସମୟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତ ତାଙ୍କ ଘରେ ପଶି ତାଙ୍କୁ ଛୁରାମାଡ କରିଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ସାଉଥ୍ ସୁପରଷ୍ଟାର ଜୁନିୟର ଏନଟିଆର। ଅଭିନେତା ଜୁନିଅର ଏନଟିଆର ତାଙ୍କ ଦେବରା ସହ-କଳାକାର ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶୁଣି ନିଜର ଦୁଃଖ ପ୍ରକାଶ କରିଛନ୍ତି।
ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଜୁନିଅର ଏନଟିଆର ଲେଖିଛନ୍ତି, "ସୈଫ ସାରଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ। ତାଙ୍କର ଶୀଘ୍ର ଆରୋଗ୍ୟ ଏବଂ ସୁସ୍ଥତା ପାଇଁ ମୁଁ ପ୍ରାର୍ଥନା କରୁଛି।"
କୁହାଯାଉଛି ଯେ, ସୈଫ୍ ନିଜ ଘରେ ଶୋଇଥିବା ବେଳେ ଅଜଣା ଯୁବକ ତାଙ୍କ ଘରେ ପଶି ତାଙ୍କ ଉପରେ ଆକ୍ରମଣ କରିଥିଲା। ସୈଫଙ୍କ ଶରୀରର ୬ଟି ଜାଗାରେ ଆଘାତ ଲାଗିଥିବା ବେଳେ ଏବେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ବିପଦମୁକ୍ତ ଥିବା କହିଛନ୍ତି ଡାକ୍ତର।
Follow Us