ବକ୍ସ ଅଫିସରେ ଧମାଲ୍‌ କରୁଛି ବରୁଣ ଧଓ୍ଵନଙ୍କର ମୁଭି ‘ଜୁଡ଼୍‍ଓ୍ଵା-୨’

Advertisment
ବକ୍ସ ଅଫିସରେ ଧମାଲ୍‌ କରୁଛି ବରୁଣ ଧଓ୍ଵନଙ୍କର ମୁଭି ‘ଜୁଡ଼୍‍ଓ୍ଵା-୨’

ବଲିଉଡ଼୍‍ର ହ୍ୟାଣ୍ଡ୍‌ସମ୍‌ ହିରୋ ବରୁଣ ଧଓ୍ଵନଙ୍କର ମୁଭି ‘ଜୁଡ଼୍‍ଓ୍ଵା-୨’ ବି ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି। ୮୦ କୋଟି ବଜେଟ୍‌ରେ ନିର୍ମିତ ଏହି ସିନେମା ମଧ୍ୟ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିବ ବୋଲି କୁହାଯାଉଛି। ଏହା ପ୍ରଥମ ଦିନ ୧୫.୫୦ କୋଟିର ଆୟ କରିଥିବା ବେଳେ ଦ୍ୱିତୀୟ ଦିନ ୨୦.୫୦ କୋଟିର କଲେକସନ୍‌ କରିଥିବା ଜଣାଯାଇଥିଲା। ଠିକ୍‌ ସେହିପରି ଏହା ତୃତୀୟ ଦିନରେ ବି ବକ୍ସ ଅଫିସରେ କମାଲ୍‌ ଦେଖାଇ ୫୦ କୋଟିରେ ପହଞ୍ଚିସାରିଛି।

ଏହାକୁ ବରୁଣ ଧଓ୍ଵନଙ୍କର ବେଷ୍ଟ ଦଶହରା ଉପହାର ବୋଲି କୁହାଯାଉଛି। ଏ ବର୍ଷ ତାଙ୍କର ଦୁଇଟି ଫିଲ୍ମ ସୁପର୍‌ହିଟ୍‌ ଶ୍ରେଣୀଭୁକ୍ତ ହୋଇଛି। ଏଥିମଧ୍ୟରୁ ପ୍ରଥମଟି ହେଲା ମାତ୍ର୪୨ କୋଟି ବଜେଟ୍‌ରେ ନିର୍ମିତ ‘ବଦ୍ରିନାଥ୍‌ କି ଦୁଲ୍‌ହନିଆ’। ଏହା ୧୧୫ କୋଟି ୩୮ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ଠିକ୍‌ ସେହିପରି ବରୁଣଙ୍କ ଅନ୍ୟ ଏକ ମୁଭି ‘ଜୁଡ଼୍‍ଓ୍ଵା-୨’ ବି ବକ୍ସ ଅଫିସ୍‌ରେ ଧମାଲ୍‌ କରୁଥିବା ହେତୁ ଏଥର ନିଜର ଫିସ୍‌ ବଢ଼ାଇବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe