ଆରୟନଙ୍କ ପାଇଁ ୧ଲକ୍ଷ ଟଙ୍କାର ବଣ୍ଡରେ ସାଇନ କଲେ ଜୁହି

Advertisment
ଆରୟନଙ୍କ ପାଇଁ ୧ଲକ୍ଷ ଟଙ୍କାର ବଣ୍ଡରେ ସାଇନ କଲେ ଜୁହି

ମୁମ୍ବାଇ: ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିବା ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ବମ୍ବେ ହାଇକୋର୍ଟ ୫ ପୃଷ୍ଠାର ବେଲ ଅର୍ଡର ଜାରି କରିଛନ୍ତି। ଗତକାଲି ହାଇକୋର୍ଟ ଜାମିନ ଆବେଦନ ଉପରେ ମୋହର ମାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଜାରି କରିଛନ୍ତି।

କୋର୍ଟ ଜାମିନ ପାଇଁ ଆରୟନ ଓ ମୁମ୍ବାଇ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ପାଇଁ ୧୪ଟି ସର୍ତ୍ତ ଲାଗୁ କରିଛନ୍ତି।

ପୂରା ପ୍ରକ୍ରିୟା ଶେଷ ହୋଇଗଲେ ଆରୟନ ଆଜି ଘରକୁ ଯାଇ ପାରନ୍ତି ବୋଲି କୁହାଯାଉଛି। ଏପଟେ ମୁମ୍ବାଇ ସେସନ କୋର୍ଟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ପହଞ୍ଚି ଆରୟନଙ୍କ ପାଇଁ ଜାମିନଦାର ହୋଇଛନ୍ତି।

जूही ने भरा एक लाख रुपए का बॉन्ड

ବମ୍ବେ ହାଇକୋର୍ଟ ଦ୍ବାରା ଜାମିନ ସର୍ତ୍ତ ସ୍ଥିର କରାଯିବା‌ ପରେ ଅଭିନେତା ଜୁହି ଚାୱଲା ଶୁକ୍ରବାର ସନ୍ଧ୍ୟାରେ ଆରୟନ ଖାନ ପାଇଁ ୧ଲକ୍ଷ ଟଙ୍କାର ବଣ୍ଡରେ ସାଇନ କରିବା ପାଇଁ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ପହଞ୍ଚିଥିଲେ। ଜୁହି ଚାୱଲା ଶାହରୁଖ ଖାନଙ୍କର ଜଣେ ଘନିଷ୍ଠ ବନ୍ଧୁ ଏବଂ ସେମାନେ ଏକାଠି ଅନେକ ଫିଲ୍ମ କରିଛନ୍ତି ।ଏଥି ସହିତ କିଙ୍ଗ ଖାନଙ୍କ ସହ ଅନେକ ସମୟରେ ଥିବା ନଜର ବି ଆସିଛନ୍ତି।

ଆରୟନ ଖାନଙ୍କ ଓକିଲ ସତୀଶ ମାନେସିନ୍ଦେଙ୍କୁ ଜୁହି ଚାୱଲା କହିଛନ୍ତି, ଜନ୍ମରୁ ତାଙ୍କୁ ଜାଣିଥିଲେ କାରଣ ସେମାନେ ବୃତ୍ତିଗତ ଭାବରେ ଜଡିତ ଥିଲେ। ବମ୍ବେ ହାଇକୋର୍ଟ ଶୁକ୍ରବାର ଦିନ ଆରୟନ ଖାନ, ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ପାଇଁ ଜାମିନ ସର୍ତ୍ତ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe