ମହାକୁମ୍ଭରେ ସ୍ନାନ ପରେ ଜୁହିଙ୍କ ପ୍ରତିକ୍ରିୟା

ଜୁହି ଚାୱଲା ବି ମହାକୁମ୍ଭରେ ପହଞ୍ଚି ସଙ୍ଗମରେ ସ୍ନାନ କରିଛନ୍ତି। ସଙ୍ଗମରେ ସ୍ନାନ ପରେ ଜୁହି ତାଙ୍କର ଅନୁଭବ ବଖାଣି କହିଛନ୍ତି, ‘ ମୋ ଜୀବନର ସବୁଠାରୁ ସୁନ୍ଦର ସକାଳ ହେଉଛି ଆଜି। ପବିତ୍ର ଜଳରେ ବୁଡ଼ ପକାଇବା ପରେ ମନକୁ ଏକ ଅଦ୍ଭୁତ ପ୍ରକାର ଶାନ୍ତି ମିଳିଛି।

jkllk

ନୂଆଦିଲ୍ଲୀ: ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳା-୨୦୨୫କୁ ଏଯାବତ କୋଟିକୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ପହଞ୍ଚି ସଙ୍ଗମରେ ସ୍ନାନ କରି ସାରିଛନ୍ତି। ଏବେ ବି ମହାକୁମ୍ଭକୁ  ପ୍ରତ୍ୟେକ ଦିନ ବିପୁଳ ପରିମାଣରେ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି।

ଏହି କ୍ରମରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ବି ମହାକୁମ୍ଭରେ ପହଞ୍ଚି ସଙ୍ଗମରେ ସ୍ନାନ କରିଛନ୍ତି। ସଙ୍ଗମରେ ସ୍ନାନ ପରେ ଜୁହି ତାଙ୍କର ଅନୁଭବ ବଖାଣି କହିଛନ୍ତି, ‘ ମୋ ଜୀବନର ସବୁଠାରୁ ସୁନ୍ଦର ସକାଳ ହେଉଛି ଆଜି। ପବିତ୍ର ଜଳରେ ବୁଡ଼ ପକାଇବା ପରେ ମନକୁ ଏକ ଅଦ୍ଭୁତ ପ୍ରକାର ଶାନ୍ତି ମିଳିଛି।

ଏଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ମୋର ସ୍ନେହ ଓ ଶ୍ରଦ୍ଧା ଜଣାଉଛି। ପୁଲିସ ଭାଇମାନେ ବି ଦିନରାତି ଏକ କରି ଅତି ସୁରୁଖୁରୁରେ ଭିଡ଼କୁ ନିୟନ୍ତ୍ରଣ କରୁଛନ୍ତି। ଯାହାଫଳରେ କୋଟିକୋଟି ଶ୍ରଦ୍ଧାଳୁମାନେ ସୁରକ୍ଷିତ ଭାବେ ସଙ୍ଗମରେ ସ୍ନାନ କରି ଘରକୁ ଫେରି ପାରୁଛନ୍ତି।’

ସଙ୍ଗମ ସ୍ନାନ ପାଇଁ ଯାଇଥିବା ବେଳେ ଜୁହି ଏକ କ୍ୟାମ୍ପରେ ରହିଥିଲେ। ସେ କ୍ୟାମ୍ପରୁ ସୁନ୍ଦର ସକାଳର ଝଲକର ଫଟୋ ନିଜର ଇନଷ୍ଟାଗ୍ରାମରେ ସେୟାର ବି କରିଛନ୍ତି।

ଆଉ କିଛିଦିନ ମଧ୍ୟରେ ମହାକୁମ୍ଭ ଶେଷ ହେବାକୁ ଯାଉଛି। ଇତିମଧ୍ୟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲଙ୍କ ବ୍ୟତୀତ ବିକ୍କି କୌଶଲ, ଅନୁପମ ଖେର, ଅମ୍ବାନି ପରିବାରଙ୍କ ସ‌ମେତ ଅନେକ ନାମୀଦାମୀ କଳାକାର ସଙ୍ଗମରେ  ବୁଡ଼ ପକାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe