Zoom TV
ମୁମ୍ବାଇ: ଜମ୍ମୁ-କଶ୍ମୀରର ‘ରଣବୀର କପୁର’ଙ୍କ ନାମରେ ପରିଚୟ ହାସଲ କରିଥିବା ପ୍ରସିଦ୍ଧ କାଶ୍ମିରୀ ମଡେଲ୍ ଜୁନୈଦ ଶାହଙ୍କ ହୃଦଘାତରେ ଶୁକ୍ରବାର ଶ୍ରୀନଗରର ଇଲାହୀବାଗରେ ମୃତ୍ୟୁ ହୋଇଛି।
କାଶ୍ମୀରର ପ୍ରସିଦ୍ଧ ସାମ୍ବାଦିକ ୟୁସୁଫ ଜୁନୈଦ ନିଜ ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟରେ ଟ୍ଵିଟ୍ କରି କହିଛନ୍ତି, ଜୁନୈଦ ଶାହ ଆଉ ଏ ଦୁନିଆରେ ନାହାନ୍ତି। ସେ ନିଜ ଟ୍ଵିଟରେ ଲେଖିଛନ୍ତି, ‘ବିଳମ୍ବିତ ରାତିରେ ତାଙ୍କ ପଡ଼ୋଶୀ ନିସାର ଅହମଦ ଶାହଙ୍କ ପୁଅ ଜୁନୈଦ ଶାହଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ଲୋକେ ତାଙ୍କୁ ବଲିଉଡ ଅଭିନେତା ରଣବୀର କପୁରଙ୍କ କାର୍ବନ୍ କପି ବୋଲି କହୁଥିଲେ।
ଜୁନୈଦ ଶାହ ମଧ୍ୟ ରଣବୀର କପୁରଙ୍କ ଷ୍ଟାଇଲ୍ ଏବଂ ପିନ୍ଧିବା ଶୈଳୀକୁ ଅନୁସରଣ କରୁଥିଲେ । ପ୍ରଶଂସକଙ୍କ ବ୍ୟତୀତ ରଣବୀର କପୁରଙ୍କ ବାପା ଋଷି କପୁର ମଧ୍ୟ ଜୁନୈଦ ଶାହଙ୍କୁ ସୋସିଆଲ୍ ମିଡିଆରେ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ୨୦୧୫ମସିହାରେ ରଣବୀର କପୁର ଏବଂ ଜୁନୈଦ ଶାହଙ୍କ ଫଟୋର କୋଲାଜକୁ ନିଜ ଅଫିସିଆଲ୍ ଟ୍ଵିଟର ଆକାଉଣ୍ଟରେ ଋଷି କପୁର ସେୟାର କରିଥିଲେ। ଏଥିରେ ସେ ଜୁନୈଦ ଶାହଙ୍କୁ ପ୍ରଶଂସା ବି କରିଥିଲେ।
ଜୁନୈଦ ଶାହ ବଲିଉଡ ଅଭିନେତା ରଣବୀର କପୁରଙ୍କ ଭଳି ଦେଖାଯିବା ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିଲେ। ତାଙ୍କର ବି ଅନେକ ପ୍ରଶଂସକ ରହିଛନ୍ତି।
Follow Us