ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଚଳଚ୍ଚିତ୍ରର ଟିଜର ଓ ଟ୍ରେଲର ରିଲିଜ ହୋଇଥିଲା, ଯାହା ପରେ ଚଳଚ୍ଚିତ୍ରର ରିଲିଜକୁ ନେଇ ପ୍ରଶଂସକମାନଙ୍କ ଉତ୍ସାହ ବଢ଼ିଥିଲା। ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଥିବା ଟିଜର ଓ ଟ୍ରେଲରରେ ଉତ୍କୃଷ୍ଟ ଭିଏଫଏକ୍ସ ଦେଖିବାକୁ ମିଳିଥିବା ବେଳେ ଏବେ ଫିଲ୍ମରେ କାମ କରିଥିବା କଳାକାରଙ୍କ ପାରିଶ୍ରମିକ ସାମ୍ନାକୁ ଆସିଛି |

Advertisment

ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ, ଜୁନିଅର ଏନଟିଆର, ଜାହ୍ନବୀ କପୁର ଓ ସୈଫ ଅଲି ଖାନ | ଜୁନିଅର ଏନଟିଆର ସାଉଥ ସିନେମାରେ ଅଧିକ ପାରିଶ୍ରମିକ ନେଉଥିବା ସୁପରଷ୍ଟାରଙ୍କ ମଧ୍ୟରୁ ଜଣେ | କୁହାଯାଉଛି ଯେ, ଜୁନିଅର ଏନଟିଆର ଚଳଚ୍ଚିତ୍ର ‘ଦେବରା’ ପାଇଁ ୬୦କୋଟି ଟଙ୍କା ନେଇଛନ୍ତି , ଯାହା ତାଙ୍କର ବ୍ଲକବଷ୍ଟର ଫିଲ୍ମ 'ଆରଆରଆର'ର ପାରିଶ୍ରମିକଠାରୁ ବି ଅଧିକ |

ତାଙ୍କ ପଛକୁ ରହିଛନ୍ତି ବଲିଉଡର ଆଗ ଧାଡିର ଅଭିନେତା ସୈଫ ଅଲି ଖାନ | ସେ ଫିଲ୍ମରେ ହିରୋ ବଦଳରେ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସୈଫଙ୍କୁ ୧୦କୋଟି ଟଙ୍କା ମିଳିଥିବା ଜଣାଯାଇଛି | ଯଦି ଆମେ ଜାହ୍ନବୀ କପୁରଙ୍କ କଥା କହିବା ତେବେ ସେ ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିବେ | ତାଙ୍କୁ ଏହି ଫିଲ୍ମ ପାଇଁ ୫କୋଟି ଟଙ୍କାର ପାରିଶ୍ରମିକ ଦିଆଯାଇଥିବା ଜଣାଯାଇଛି |

ତେବେ ଫିଲ୍ମଟି ଆସନ୍ତାକାଲି ରିଲିଜ ହେବାକୁ ଥିବା ବେଳେ ଏହା ସୁପରହିଟ ହେବ ବୋଲି ସିନେ ସମୀକ୍ଷକ ମତ ଦେବା ଆରମ୍ଭ କଲେଣି |

ଏ ଖବର ପଢନ୍ତୁ- https://sambad.in/crime/tamil-nadu-familys-suicide-pact-in-car-200-km-away-from-home-7095370

ଏ ଖବର ପଢନ୍ତୁ-

https://sambad.in/crime/bengaluru-mahalakshmi-murder-case-accused-mukti-ranjan-confessed-in-suicide-note-7095464