୨ଦିନରେ ୯୦୦କୋଟି ଆୟ କଲା ହଲିଉଡ ଫିଲ୍ମ 'ଜୁରାସିକ୍ ୱାର୍ଲଡ୍ ରିବର୍ଥ'

Advertisment
ytyt

ମୁମ୍ବାଇ: ଭାରତୀୟ ସିନେମା ହଲରେ ବର୍ତ୍ତମାନ ଅନେକ ଫିଲ୍ମ ଚାଲିଛି। 'ସିତାରେ ଜମିନ୍ ପର୍' ଠାରୁ ଆରମ୍ଭ କରି ସଦ୍ୟ ମୁକ୍ତିଲାଭ କରିଥିବା 'ମେଟ୍ରୋ ଇନ୍ ଦିନୋ' ପର୍ଯ୍ୟନ୍ତ, ଏସବୁ ଫିଲ୍ମ ଏବେ ଚର୍ଚ୍ଚାରେ ରହିଛି। କିନ୍ତୁ ବକ୍ସ ଅଫିସ ଆୟ ଦୃଷ୍ଟିରୁ, ଜୁଲାଇ ୪ରେ ମୁକ୍ତିଲାଭ କରିଥିବା 'ଜୁରାସିକ୍ ୱାର୍ଲ୍ଡ ରିବର୍ଥ' ସବୁଠାରୁ ଆଗରେ ଅଛି।

ପ୍ରଥମ ଦିନରେ ଏକ ଭଲ ଓପନିଂ ସହିତ ଭାରତରେ ଫିଲ୍ମଟି ଭଲ ଆରମ୍ଭ କରିଥିଲା ​​ଏବଂ ବର୍ତ୍ତମାନ ଫିଲ୍ମଟି ସପ୍ତାହାନ୍ତରେ ପ୍ରବେଶ କରିଥିବାରୁ ଏହାର ଆୟରେ ବୃଦ୍ଧି ଘଟିଛି। ଫିଲ୍ମର ଆୟ ସମ୍ପର୍କିତ ତଥ୍ୟ ରଖୁଥିବା ୱେବସାଇଟ୍ ସେକନିଲ୍କ ଅନୁଯାୟୀ, ହଲିଉଡ୍ ଫିଲ୍ମ 'ଜୁରାସିକ୍ ୱାର୍ଲ୍ଡ ରିବର୍ଥ' ଭାରତରେ ପ୍ରଥମ ଦିନରେ ୯ କୋଟି ଟଙ୍କା ରୋଜଗାର କରିଥିଲା। ଦ୍ୱିତୀୟ ଦିନ ଫିଲ୍ମଟି ୫.୦୩ କୋଟି ଟଙ୍କା ରୋଜଗାର କରିଥିବା ବେଳେ ମୋଟ ୧୪.୦୩ କୋଟି ଟଙ୍କା ସଂଗ୍ରହ କରିଛି।

ଆଇଏମଡିବି ଅନୁଯାୟୀ, ଏହି ହଲିଉଡ୍ ଫିଲ୍ମଟି ୧୮୦ନିୟୁତ ଡଲାର ଅର୍ଥାତ୍ ପ୍ରାୟ ୧୫୪୦କୋଟି ଟଙ୍କାରେ ନିର୍ମିତ ହୋଇଛି। 'ଡେଡଲାଇନ୍' ଅନୁଯାୟୀ, ଏହି ଫିଲ୍ମଟି ୨ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୨ରେ ଆମେରିକାରେ ରିଲିଜ୍ ହୋଇଥିଲା ଏବଂ ମାତ୍ର ୨ଦିନରେ ୧୦୪.୬ ନିୟୁତ ଡଲାର ଅର୍ଥାତ୍ ସାରା ବିଶ୍ୱରେ ପ୍ରାୟ ୯୦୦କୋଟି ଟଙ୍କା ରୋଜଗାର କରିଛି। ଏହା ରଣବୀର କପୁରଙ୍କ ଫିଲ୍ମ 'ରାମାୟଣ' ପ୍ରଥମ ଭାଗର ବଜେଟ୍ ସହିତ ସମାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe