ଫିଲ୍ମ 'ଶ୍ରୀ' ସହିତ ବଲିଉଡକୁ ଫେରିବେ ଜ୍ୟୋତିକା, ସାଥ୍ ଦେବେ ଏହି ଅଭିନେତା

Advertisment
ଫିଲ୍ମ 'ଶ୍ରୀ' ସହିତ ବଲିଉଡକୁ ଫେରିବେ ଜ୍ୟୋତିକା, ସାଥ୍ ଦେବେ ଏହି ଅଭିନେତା

bollywoodhungama

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତିିକା ଖୁବ ଶୀଘ୍ର ବଲିଉଡକୁ ଫେରିବାକୁ ଯାଉଛନ୍ତି। ଅଭିନେତ୍ରୀ ଫିଲ୍ମ 'ଶ୍ରୀ' ସହିତ ବଲିଉଡକୁ ଫେରିବେ। ଏବେ ଏହି ଫିଲ୍ମ ପାଇଁ ସୁଟିଂ ଶେଷ ହୋଇଛି। ଜ୍ୟୋତିକା ଏହି ଫିଲ୍ମରେ ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ବିପକ୍ଷରେ ନଜର ଆସିବେ। ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାଜକୁମାରଙ୍କ ସହ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। 'ଶ୍ରୀ'ର ନିର୍ଦ୍ଦେଶନା ତୁଷାର ଦେଉଥିବା ବେଳେ ଏହାର ପ୍ରଯୋଜକ ଅଛନ୍ତି ନିଧି ପରମାର ହିରାନନ୍ଦାନୀ।

ତେବେ ସୁଟିଂ ଶେଷ କରିବା ପ‌ରେ ରାଜକୁମାରଙ୍କ ସହ ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, 'ଭାରୀ ହୃଦୟ ସହ ମୁଁ ଫିଲ୍ମ 'ଶ୍ରୀ'ରେ ଥିବା ମୋ ଭାଗର ସୁଟିଂ ଶେଷ କରିଛି। ମୁଁ ଏପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ସର୍ବୋତ୍ତମ କ୍ରୁମାନଙ୍କ ମଧ୍ୟରୁ ଏହା ଅନ୍ୟତମ। ମୋତେ ଏହି ଅର୍ଥପୂର୍ଣ୍ଣ ସିନେମାର ଏକ ଅଂଶ କରିଥିବାରୁ ତୁଷାର ଏବଂ ନିଧିଙ୍କୁ ଧନ୍ୟବାଦ। ରାଜ, ମୁଁ ତୁମର ଜଣେ ବଡ ପ୍ରଶଂସକ। ବଲିଉଡର ଜଣେ ସର୍ବୋତ୍ତମ ଅଭିନେତାଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବା ଏକ ଗୌରବର ବିଷୟ। ତୁମଠାରୁ ବହୁତ କିଛି ଶିଖିଛି ଏବଂ ଜଣେ କଳାକାର ଭାବରେ ମୁଁ ଏହି ଟିମରୁ ଯାହା ନେଉଛି ତାହା ହେଉଛି ... ଅଭିବୃଦ୍ଧି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe