୨୫ ବର୍ଷ ପରେ ସୁଧାଂଶୁଙ୍କ ଛବିରେ ଜ୍ୟୋତି

ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ  ଓଡ଼ିଆ ଦର୍ଶକ ପୁଣି ବଡ଼ ପରଦାରେ ଦେଖିବାକୁ ପାଇବେ। ପ୍ରୀତମ୍ ସାହୁଙ୍କ ପ୍ରଯୋଜିତ ନାମକରଣ ହୋଇ ନଥିବା ଓଡ଼ିଆ-ହିନ୍ଦୀ ଛବିରେ ‌ସେ ଅଭିନୟ କରୁଛନ୍ତି।

New Project (7)

ଓଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କୁ  ଓଡ଼ିଆ ଦର୍ଶକ ପୁଣି ବଡ଼ ପରଦାରେ ଦେଖିବାକୁ ପାଇବେ। ପ୍ରୀତମ୍ ସାହୁଙ୍କ ପ୍ରଯୋଜିତ ନାମକରଣ ହୋଇ ନଥିବା ଓଡ଼ିଆ-ହିନ୍ଦୀ ଛବିରେ ‌ସେ ଅଭିନୟ କରୁଛନ୍ତି। ଏଥିରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଏହାର ସୁଟିଂ ସଂପ୍ରତି କୋଲ୍‌କାତାରେ ଚାଲିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଂଶୁମୋହନ ସାହୁଙ୍କ ସହ ଜ୍ୟୋତି ମିଶ୍ର ପ୍ରାୟ ୨୫ ବର୍ଷ ପରେ ପୁଣି କାମ କରୁଛନ୍ତି। ୨୦୦୦ ମସିହାରେ ମୁକ୍ତିପ୍ରାପ୍ତ ସ୍ନେହଲତା ସାହୁଙ୍କ ପ୍ରଯୋଜିତ ‘ସହର ଜଳୁଛି’ରେ ନାୟିକା ଭାବେ ନଜର ଆସିଥିଲେ ଜ୍ୟୋତି ଏବଂ ସୁଧାଂଶୁମୋହନ ସାହୁ ଥିଲେ ଏହାର ନିର୍ଦ୍ଦେଶକ। ଏଥିରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଜ୍ୟୋତି। 

ଇତିମଧ୍ୟରେ ଅଭିନେତ୍ରୀ ଭାବେ ଓଲିଉଡ୍‌ରେ ୨୭ ବର୍ଷ ପୂରଣ କରିଛନ୍ତି ଜ୍ୟୋତି। ଏହି ଅବଧି ମଧ୍ୟରେ ସେ ନାୟିକା, ସହନାୟିକା ଓ ଚରିତ୍ର ଅଭିନେତ୍ରୀ ଭାବେ ଉଭୟ ବଡ଼ ଓ ଛୋଟ ପରଦାରେ ନଜର ଆସିଛନ୍ତି। ୧୯୯୮ରେ ମୁକ୍ତିଲାଭ କରିଥିବା ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ବୋଉ’ ଛବିରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ ସେ। ତାଙ୍କ ଅଭିନୀତ ଅନ୍ୟ ଚର୍ଚ୍ଚିତ ସିନେମା ମଧ୍ୟରେ ରହିଛି ‘ମନ ରହିଗଲା ତୁମରିଠାରେ’, ‘ଜନ୍ମଦାତା’, ‘ସହର ଜଳୁଛି’, ‘ମହାସଂଗ୍ରାମ’, ‘ସିନ୍ଦୂର ନୁହେଁ ଖେଳଘର’, ‘ଏ ଯୁଗର କୃଷ୍ଣସୁଦାମା’, ‘ଜୟ ଜଗନ୍ନାଥ’ ଓ  ‘ତୋ ଆଖି ମୋ ଆଇନା’ ଅନ୍ୟତମ। ୨୦୨୨ରେ ତାଙ୍କୁ ‘ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁକି’ ଓ ୨୦୨୩ରେ ‘ପାପା ୱେଡ୍‌ସ୍‌ ମାମା’ ଭଳି ସିନେମାରେ ଦେଖିବାକୁ ମିଳିଥିଲା। ଏବେ ଏହି ନୂଆ ଛବିରେ ଜ୍ୟୋତି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe