aajtak
ମୁମ୍ବାଇ: 'ଆରେଷ୍ଟ୍ଲୀନାମାନିମେକଲାଇ' ନୁହେଁ 'ଲଭୟୁଲୀନାମାନିମେକଲାଇ'କୁ ଟ୍ରେଣ୍ଡ କର କହି କ୍ଷମା ମାଗିଲେନି ‘କାଳୀ’ ଫିଲ୍ମ ନିର୍ମାତା ଲୀନା ମାନିମେକଲାଇ। ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍ରକୁ ନେଇ ଏବେ ବିବାଦ ଉପୁଜିିଛି। ଏହି ଚଳଚ୍ଚିତ୍ରଟିର ପୋଷ୍ଟ୍ର ଜୁଲାଇ ୨ ତାରିଖରେ ରିଲିଜ୍ କରିଥିଲେ ଭାରତୀୟ ସିନେ ନିର୍ମାତା ଲୀନା ମାନିମେକଲାଇ। ପୋଷ୍ଟ୍ରରେ ମାଆ କାଳୀ ସିଗାରେଟ୍ ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ନେଇ ବିବାଦ୍ ଜୋର୍ ଧରିଛି।
କେବଳ ସିଗାରେଟ୍ ନୁହେଁ, ମାଆ କାଳୀ ଗୋଟାଏ ହାତରେ ତ୍ରିଶୁଳ ତ ଅନ୍ୟ ହାତରେ ଏଲ୍ଜିବିଟି ସମୁଦାୟର ପତାକା ଧରିଥିବାର ଦେଖିବାକୁ ମିଳିଛି। ମାଆ କାଳୀଙ୍କ ହାତରେ ଏହି ଦୁଇଟି ଜିନିଷକୁ ଦେଖି ବିବାଦ ଉପୁଜିଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
କିଛି ପ୍ରଶଂସକ ନିର୍ମାତାଙ୍କ ଉପରେ ନିଜର କ୍ଷୋଭ ବ୍ୟକ୍ତ କରିବାରେ ଲାଗିଛନ୍ତି। ସୋସିଆଲ୍ ମିଡିଆରେ ଏବେ ଆରେଷ୍ଟ୍ଲୀନାମାନିମେକଲାଇ ଟ୍ରେଣ୍ଡ୍ କରିବାରେ ଲାଗିଛି। ଲୋକେ ଅଭିଯୋଗ ଆଣିଛନ୍ତି ଯେ ନିର୍ମାତା ତାଙ୍କ ପୋଷ୍ଟ୍ରରେ ମାଆ କାଳୀଙ୍କର ଅସମ୍ମାନ କରିଛନ୍ତି। ଯାହାକି ହିନ୍ଦୁ ଧର୍ମୀମାନଙ୍କ ଭାବନାକୁ କ୍ଷୁର୍ଣ୍ଣ ପହଞ୍ଚାଇଛି। ତେବେ ଏଭଳି ଟ୍ରୋଲ ହେବା ପରେ ବି ନଇଁ ନାହାନ୍ତି ଲୀନା। ସେ ଟ୍ବିଟ କରି ଲେଖିଛନ୍ତି ଯେ, ଘଟଣାଟି ସେହି ସନ୍ଧ୍ୟାର ଯେତେବେଳେ କାଳୀ ପ୍ରକଟ ହୋଇ ଟରୋଣ୍ଟୋ ରାସ୍ତାରେ ବୁଲନ୍ତି। ଫିଲ୍ମଟି ସେହି ଘଟଣାକୁ ନେଇ ଆଧାରିତ। ଯଦି ଆପଣ ଫଟୋ ଦେଖନ୍ତି, ତେବେ ହ୍ୟାସଟ୍ୟାଗ୍ 'ଆରେଷ୍ଟ୍ଲୀନାମାନିମେକଲାଇ' ନଲେଖି ହ୍ୟାସଟ୍ୟାଗ୍ 'ଲଭୟୁ ଲୀନାମନିମେକଲାଇ' ଲେଖନ୍ତୁ।
Follow Us