www.aajtak.in
ମୁମ୍ବାଇ: ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍ରକୁ ନେଇ ବିବାଦ ଉପୁଜିିଛି। ଏହି ଚଳଚ୍ଚିତ୍ରଟିର ପୋଷ୍ଟ୍ର ଜୁଲାଇ ୨ ତାରିଖରେ ରିଲିଜ୍ କରିଥିଲେ ଭାରତୀୟ ସିନେ ନିର୍ମାତା ଲୀନା ମାନିମେକଲାଇ। ପୋଷ୍ଟ୍ରରେ ମାଆ କାଳୀ ସିଗାରେଟ୍ ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ନେଇ ବିବାଦ୍ ଜୋର୍ ଧରିଛି। କେବଳ ସିଗାରେଟ୍ ନୁହେଁ, ମାଆ କାଳୀ ଗୋଟାଏ ହାତରେ ତ୍ରିଶୁଳ ତ ଅନ୍ୟ ହାତରେ ଏଲ୍ଜିବିଟି ସମୁଦାୟର ପତାକା ଧରିଥିବାର ଦେଖିବାକୁ ମିଳିଛି। ମାଆ କାଳୀଙ୍କ ହାତରେ ଏହି ଦୁଇଟି ଜିନିଷକୁ ଦେଖି ବିବାଦ ଉପୁଜିଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
କିଛି ପ୍ରଶଂସକ ନିର୍ମାତାଙ୍କ ଉପରେ ନିଜର କ୍ଷୋଭ ବ୍ୟକ୍ତ କରିବାରେ ଲାଗିଛନ୍ତି। ସୋସିଆଲ୍ ମିଡିଆରେ ଏବେ ଆରେଷ୍ଟ୍ଲୀନାମାନିମେକଲାଇ ଟ୍ରେଣ୍ଡ୍ କରିବାରେ ଲାଗିଛି। ଲୋକେ ଅଭିଯୋଗ ଆଣିଛନ୍ତି ଯେ ନିର୍ମାତା ତାଙ୍କ ପୋଷ୍ଟ୍ରରେ ମାଆ କାଳୀଙ୍କର ଅସମ୍ମାନ କରିଛନ୍ତି। ଯାହାକି ହିନ୍ଦୁ ଧର୍ମୀମାନଙ୍କ ଭାବନାକୁ କ୍ଷୁର୍ଣ୍ଣ ପହଞ୍ଚାଇଛି।
ନିର୍ମାତା ଲୀନା ମାନିମେକଲାଇ ତାଙ୍କ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ରର ପୋଷ୍ଟର୍ ସେୟାର୍ କରି ଲେଖିଥିଲେ କି ତାଙ୍କର ଏହି ଫିଲ୍ମକୁ କାନ୍ନାଡା ଫିଲ୍ମ ଫେଷ୍ଟିଭାଲ୍ରେ ଲଞ୍ଚ୍ କରାଯାଇଛି। ସେ ନିଜର ଏହି ସିନେମାକୁ ନେଇ ଖୁବ୍ ଉତ୍ସୁକ ଅଛନ୍ତି। ମାତ୍ର ପୋଷ୍ଟ୍ର ସାମ୍ନାକୁ ଆସିବା ପରେ ଲୋକେ ଏହି ଫିଲ୍ମକୁ ପୂରାପୂରି ଭାବେ ନାପସନ୍ଦ କରିଛନ୍ତି।
ଏପରିକି ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଏହି ପୋଷ୍ଟ୍ରେ ଅମିତ ଶାହାରୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଟ୍ୟାଗ୍ କରି କାର୍ଯାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି।
Follow Us