ଏହି କ୍ଷେତ୍ରରେ 'ଆଭେଞ୍ଜର୍ସ ଏଣ୍ଡଗେମ'କୁ ପଛରେ ପକାଇଲା ଶାହିଦ୍ କପୁରଙ୍କ ଫିଲ୍ମ 'କବୀର ସିଂହ'

ଏହି କ୍ଷେତ୍ରରେ 'ଆଭେଞ୍ଜର୍ସ ଏଣ୍ଡଗେମ'କୁ ପଛରେ ପକାଇଲା ଶାହିଦ୍ କପୁରଙ୍କ ଫିଲ୍ମ 'କବୀର ସିଂହ'

Business Today

ମୁମ୍ବାଇ: ବଲିଉଡ୍ ଅଭିନେତା ଶାହିଦ୍ କପୁରଙ୍କୁ ଗୋଟେ ପରେ ଗୋଟେ ସଫଳତା ମିଳିବାରେ ଲାଗିଛି। ଫିଲ୍ମ 'କବୀର ସିଂହ' ରିଲିିଜ୍ ହେବା ପରେ ପରେ ଇଣ୍ଡଷ୍ଟ୍ରିରେ ତାଙ୍କ ଚାହିଦା ବଢ଼ିବାରେ ଲାଗିଛି। ୨୦୧୯ରେ ରିଲିଜ୍ ହୋଇଥିବା ଶାହିଦଙ୍କ ଅଭିନୀତ ଫିଲ୍ମ 'କବୀର ସିଂହ' ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଏବେ ସେ ଏକ ବଡ଼ ହଲିଉଡ୍ ଫିଲ୍ମକୁ ପଛରେ ପକାଇଥିବା ଜଣାପଡ଼ିଛି।

कबीर सिंह और एवेंजर्स एंडगेम aajtak.intoday.in

ହଲିଉଡ୍ ଫିଲ୍ମ ‘ଆଭେଞ୍ଜର୍ସ ଏଣ୍ଡଗେମ’କୁ ପଛରେ ପକାଇଛି 'କବୀର ସିଂହ'। ଗୁଗଲରେ ଲୋକେ ଅଭେଞ୍ଜର୍ସ ଏଣ୍ଡଗେମ୍ ଆପେକ୍ଷା ଫିଲ୍ମ 'କବୀର ସିଂହ'କୁ ନେଇ ଅଧିକ ସର୍ଚ୍ଚ କରିଥିବା ଜଣା ପଡ଼ିଛି। ରିଲିଜ୍ ପରେ ଫିଲ୍ମକୁ କିଛି ଲୋକ ସମର୍ଥନ କରିଥିବା ବେଳେ କିଛି ‌ବିରୋଧ କରିଥିଲେ। କିନ୍ତୁ ସବୁ ପରେ ବି ଏବେ ଏକ ବଡ଼ ବଜେଟ୍ ଫିଲ୍ମକୁ ପଛ‌ରେ ପକାଇବାରେ ସଫଳ ହୋଇଛନ୍ତି ଶାହିଦ୍। ଲୋକ‌େ ଫିଲ୍ମର କାହାଣୀକୁ ବିରୋଧ କରୁଥିଲେ ମଧ୍ୟ ୨୦୧୯ରେ ଏହାକୁ ନେଇ ଲୋକେ ଅଧିକ ଚର୍ଚ୍ଚା କରିଛନ୍ତି ଓ ଗୁଗଲରେ ଫିଲ୍ମକୁ ନେଇ ଅଧିକ ସର୍ଚ୍ଚ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe