ସୁଶାନ୍ତ ସିଂହ ରାଜପୁତଙ୍କ ସହିତ କାମ କରିଥିବା ଅଭିନେତା ଆସିଫ କଲେ ଆତ୍ମହତ୍ୟା

Advertisment
ସୁଶାନ୍ତ ସିଂହ ରାଜପୁତଙ୍କ ସହିତ କାମ କରିଥିବା ଅଭିନେତା ଆସିଫ କଲେ ଆତ୍ମହତ୍ୟା

Mumbai Mirror

ବଲିଉଡ: ବଲିଉଡରୁ ଆଉ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘କାଇ ପୋ ଚି’ ଚଳଚ୍ଚିତ୍ରରେ ସୁଶାନ୍ତ ସିଂ ରାଜପୁତଙ୍କ ସହ କାମ କରିଥିବା ଅଭିନେତା ଅସିଫ ବସ୍ରା ଆତ୍ମହତ୍ୟା କରିଛନ୍ତି। ଆସିଫ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ଆସିଫଙ୍କ ଆତ୍ମହତ୍ୟା କରିଥିବା ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଆସିଫ ଗତ ୫ ବର୍ଷ ଧରି ମ୍ୟାକ୍ଲେଡଗଞ୍ଜର ଏକ ଭଡା ଘରେ ରହୁଥିଲେ। ଆସିଫଙ୍କ ଏହି ଭଡ଼ା ଘରେ ତାଙ୍କର ବିଦେଶୀ ସାଙ୍ଗମାନେ ବି ରହୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆସିଫ ଗୁରୁବାର ଅପରାହ୍ନରେ କୁକୁରକୁ ବୁଲାଇବାକୁ ବାହାରକୁ ବାହାରିଥିଲେ। ଦୁଃଖର ବିଷୟ ସେ ଧର୍ମଶାଳା ନିକଟ ଘରୋଇ କମ୍ପଲେକ୍ସରେ କୁକୁର ବନ୍ଧା ରଶିରେ ଆତ୍ମହତ୍ୟା କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଆସିଫ ଡିପ୍ରେସନର ଶିକାର ହୋଇଥିଲେ। ପୁଲିସ ଆସିଫଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି। ଫରେନ୍ସିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ଆସିଫ ବସ୍ରା ଅନେକ ଚଳଚ୍ଚିତ୍ର, ଟିଭି ସିରିଏଲ ଏବଂ ୱେବ୍ ସିରିଜରେ କାମ କରିଛନ୍ତି । ଆସିଫ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ‘କାଇ ପୋ ଚି’ ସିନେମା‌ରେ ନଜର ଆସିଥିବା ବେଳେ ରାଣୀ ମୁଖାର୍ଜୀଙ୍କ ସହିତ ‘ହିଚିକି’, ହ୍ରିତିକ ରୋଶନଙ୍କ ସହିତ ‘କ୍ରିସ ୩’ରେ ଓ ସୈଫ ଅଲ୍ଲୀ ଖାନଙ୍କ ସହିତ ‘କଲ୍ଲାଖାଣ୍ଡି’ରେ ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe