ପ୍ରଥମଥର ପାଇଁ ନିଜର ବୈବାହିକ ଜୀବନକୁ ନେଇ ମୁହଁଖୋଲିଲେ କୈଳାଶ

ପ୍ରଥମଥର ପାଇଁ ଲୋକପ୍ରିୟ କଣ୍ଠଶିଳ୍ପୀ କୈଳାଶ ଖେର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା କରି କହିଛନ୍ତି ଏଭଳି କଥା...। ଯାହା ବିଷୟରେ ଖୁବ ଅଳ୍ପଲୋକ ଜାଣିଥିବେ। 

୮୭୮୯୮


ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଗାୟକ କୈଳାଶ ଖେରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ୨୦୦୪ରେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିବା କୈଳାଶ ଆଜି କେବଳ ଭାରତ ନୁହେଁ ବରଂ ତାଙ୍କର ସୁମଧୁର ସ୍ୱରର ଯାଦୁରେ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। କୈଳାଶ ଆଜି ପର୍ଯ୍ୟନ୍ତ ଯାହାବି ସଫଳତା ପାଇଛନ୍ତି ସେଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। କୈଳାଶ ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଯିଏକି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଦାପି ଆଲୋଚନା କରନ୍ତି ନାହିଁ । ସେ କ’ଣ ଥିଲେ ତାଙ୍କ ଜୀବନରେ କ’ଣ ଘଟୁଛି, ସେ ଦୁନିଆକୁ ସେସବୁ ବିଷୟରେ ପ୍ରକାଶ କରିବା  ପସନ୍ଦ କରନ୍ତି ନାହିଁ, କିନ୍ତୁ ପ୍ରଥମ ଥର ପାଇଁ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା କରିଛନ୍ତି। ଯାହା ବିଷୟରେ ଖୁବ ଅଳ୍ପଲୋକ ଜାଣିଥିବେ। 

ନିକଟରେ କୈଳାଶ ଖେର ରାଜ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ, ‘ମୁଁ ମୋ ସ୍ତ୍ରୀ ଶୀତଲଙ୍କ ସହ ରୁହେ ନାହିଁ। ମୁଁ ଆପଣଙ୍କୁ ପ୍ରଥମ ଥର ପାଇଁ କହୁଛି। ମୁଁ ବିବାହିତ ଏବଂ ମୋର ଏକ ପୁଅ ଅଛି। ଯାହାର ବୟସ ୧୪ ବର୍ଷ ନାମ ତାଙ୍କର କବୀର ରହିଛି।  ବିବାହର ଦୁଇତିନ ବର୍ଷ ଭିତରେ ମୋର ସ୍ତ୍ରୀ ଶୀତଲଙ୍କ ସହିତ ସମ୍ପର୍କ ଭଲ ରହିଲା ନାହିଁ ତେଣୁ ମୁଁ ତାଙ୍କ ଠାରୁ ଅଲଗା ହୋଇଯାଇଥିଲି। ଯାହା କିଛି ହୋଇଛି ଇଶ୍ବରଙ୍କ ଇଚ୍ଛା ହୋଇଛି।  ମୋର ବିଶ୍ବାସ ଇଶ୍ବର ଯାହାବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ମୁଁ ଭାବୁଛି ମୋ ସହିତ ଯାହା ଘଟିଛି ନିଶ୍ଚୟ ଭାବେ ଭଗବାନ ଏଥିରେ ମୋର କିଛି ମଙ୍ଗଳ ଚାହିଁଥିବେ। ଏକା ହୋଇଯାଇଥିବା ସତ୍ତ୍ବେ ବି ମୁଁ ଆଜି କୋଟିକୋଟି ଲୋକଙ୍କ ସହିତ ଯୋଡ଼ି ହୋଇଯାଇଛି। ଯେଉଁଥିପାଇଁ ମୁଁ ଖୁବ ଖୁସ।’
କୈଳାଶଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଲୋକେ ବି କୈଳାଶଙ୍କୁ ଖୁବ ସମର୍ଥନ କରୁଥିବା ଭିଡିଓର ପ୍ରତିକ୍ରିୟା ବିଭାଗରେ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe