ମହାମାରୀରେ ବାହା ହେବାର ରହସ୍ୟ ଖୋଲିଲେ କାଜଲ

ମହାମାରୀରେ ବାହା ହେବାର ରହସ୍ୟ ଖୋଲିଲେ କାଜଲ

Zoom TV

ମହାମାରୀ କରୋନା ଚାଲିଥିବା ସମୟରେ ଅଭିନେତ୍ରୀ କାଜଲ ଅଗ୍ରଵାଲ୍ ବାହା ହେବାର ରହସ୍ୟ ଖୋଲିଛନ୍ତି। ଏକ ପତ୍ରିକାରେ ଇଣ୍ଟରଭ୍ୟୁ ଦେବା ଅବସରରେ ସେ କହିଛନ୍ତି ଯେ ସେମାନେ ପରସ୍ପରକୁ ଦୀର୍ଘ ୩ ବର୍ଷ ହେବ ଡେଟ୍ କରୁଥିଲେ। ଏହି ୩ ବର୍ଷର ମିଳାମିଶା ଭିତରେ ସେମାନେ ନିଜ ସଂପର୍କକୁ ସୁଦୃଢ଼ କରିବା ସହ ପରସ୍ପରକୁ ଗୁରୁତ୍ବ ମଧ୍ୟ ଦେଇଥିଲେ।

ତେବେ କରୋନା ପାଇଁ ଯେତେବେଳେ ଦେଶରେ ଲକ୍‌ଡାଉନ୍ ଜାରି ହୋଇଥିଲେ ସେମାନେ ପରସ୍ପରକୁ କିଛି ସପ୍ତାହ ପର୍ଯ୍ୟନ୍ତ ଦେଖିପାରିନଥିଲେ। ତା’ପରେ ଉଭୟ କାଜଲ ଓ ଗୌତମ କିଚ୍‌ଲୁ ମହାମାରୀ ସମୟରେ ବିବାହ କରିବେ ବୋଲି ସ୍ଥିର କରିଥିଲେ। ତେବେ ଗୌତମଙ୍କ ସହ ବିବାହକୁ ନେଇ କାଜଲ ଖୁସି ବ୍ୟକ୍ତ କରିଛନ୍ତି ଏବଂ କାଜଲ୍ ତାଙ୍କ ଜୀବନର ଭବିଷ୍ୟତ ଗୌତମ ସହ ଦେଖୁଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe