୫ରୁ ୧୦ବର୍ଷ ହେବ ମୃତ୍ୟୁର ଗୁଜବକୁ ନେଇ ମୁଁ ଚିନ୍ତାରେ ପଡ଼ିଯାଇଛି

Advertisment

କପିଲଙ୍କ ପ୍ରଶ୍ନର ଉତ୍ତର ଦେଇ କାଜୋଲ କହିଥି‌ଲେ, ‘୫ରୁ ୧୦ବର୍ଷ ହେବ ମୁଁ ମୋର ମୃତ୍ୟୁର ଗୁଜର ଶୁଣି ଆସୁଛି। ଏମିତି କି ଦିନେ ମୋ ମା’ଙ୍କୁ କେହିଜ‌ଣେ ଫୋନ କରି କହିଥିଲେ, ‘ଆପଣଙ୍କ ଝିଅଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।’

Updated On

କପିଲଙ୍କ ପ୍ରଶ୍ନର ଉତ୍ତର ଦେଇ କାଜୋଲ କହିଥି‌ଲେ, ‘୫ରୁ ୧୦ବର୍ଷ ହେବ ମୁଁ ମୋର ମୃତ୍ୟୁର ଗୁଜର ଶୁଣି ଆସୁଛି। ଏମିତି କି ଦିନେ ମୋ ମା’ଙ୍କୁ କେହିଜ‌ଣେ ଫୋନ କରି କହିଥିଲେ, ‘ଆପଣଙ୍କ ଝିଅଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।’

ଅଦ୍ୟତନ ହୋଇଛି
ଢ଼୍‌ତମକ୍ତ


ମୁମ୍ବାଇ: ‘ଦ ଗ୍ରେଟ ଇଣ୍ଡିୟନ କପିଲ ସୋ’ରେ ଚଳିତ ଥର ସିନେମା ‘ଦୋ ପତ୍ତି’ର ଟିମ ସାମିଲ ହୋଇ ଖୁବ ଧୁମ ମଚାଇଛନ୍ତି। ଏହି ସୋ’ରେ କପିଲ କାଜୋଲଙ୍କୁ ପଚାରିଥିଲେ ଏଯାବତ ତୁମେ ତୁମ ବିଷୟରେ ସବୁଠାରୁ ବଡ଼ ଗୁଜବ କ’ଣ ଶୁଣିଛ।

କପିଲଙ୍କ ଏପ୍ରଶ୍ନର ଉତ୍ତର ଦେଇ କାଜୋଲ କହିଥି‌ଲେ, ‘୫ରୁ ୧୦ବର୍ଷ ହେବ ମୁଁ ମୋର ମୃତ୍ୟୁର ଗୁଜର ଶୁଣି ଆସୁଛି। ଏମିତି କି ଦିନେ ମୋ ମା’ଙ୍କୁ କେହିଜ‌ଣେ ଫୋନ କରି କହିଥିଲେ, ‘ଆପଣଙ୍କ ଝିଅଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।’ ଏହି ଖବର ପାଇବା ପରେ ମା’ ବ୍ୟସ୍ତ ହୋଇଯାଇଥିଲେ। ମୁଁ ବି କୌଣସି କାମରେ ବ୍ୟସ୍ତ ଥିବାରୁ ଫୋନ ଉଠାଇ ପାରି ନଥିଲି। ପରେ ଫୋନ କରି ମା’ଙ୍କ ସହ କଥା ହେବାପରେ ସେ ଆଶ୍ବସ୍ତି ଅନୁଭବ କରିଥିଲେ।

ମୋର ମୃତ୍ୟୁର ଗୁଜବ ସୋସିଆଲ ମିଡିଆ ଆସିବା ପୂର୍ବରୁ ସାମ୍ନାକୁ ଆସି ସାରିଛି। ଯାହାକୁ ନେଇ ମୋ ମା’ ସବୁବେଳେ ଦୁଃଖୀ ହୋଇଯାଇଥାଆନ୍ତି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ମୋର ମୃତ୍ୟୁ ହୋଇଥିବା କୁହାଯାଉଛି। 

ମୋ ସମ୍ପର୍କରେ ଉଠୁଥିବା ଗୁଜବ ଖବରକୁ ମୋ‌ତେ କେବେ ଗୁଗୁଲରେ ସର୍ଚ୍ଚ କରିବାକୁ ପଡ଼ିନାହିଁ। ମୋର ସମ୍ପର୍କୀୟମାନେ ମୋ ସମ୍ପର୍କ‌ରେ ଯାହା ଗୁଜବ ଶୁଣନ୍ତି ସେମାନେ ମୋ ପାଖକୁ ତାହା ପଠାଇ ଦେଇଥାଆନ୍ତି।

କାଜୋଲଙ୍କ କର୍ମମୟ ଜୀବନ କଥା କହିଲେ ନିକଟରେ ତାଙ୍କର ଅଭିନୀତ ସିନେମା ‘ଦୋ ପତ୍ତି’ ରିଲିଜ ହୋଇଛି। ଯାହାକୁ କିଛିଲୋକ ପସନ୍ଦ କରୁଥିବା ବେଳେ ଆଉ କିଛିଲୋକଙ୍କୁ ସିନେମା ପସନ୍ଦ ଆସିନାହିଁ। 

ଏଥିରେ କୃତି ଦ୍ଵୈତ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରକୁ ନିର୍ମାଣ ‘ହସିନ୍ ଦିଲ୍‌ରୁବା’ ଭଳି ଥ୍ରୀଲର ଚଳଚ୍ଚିତ୍ର ନିର୍ମାଣ କରିଥିବା କନିକା ଢିଲୋଁ କରିଛନ୍ତି । 

ଫିଲ୍ମରେ କାଜୋଲ ପୁଲିସ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରରେ ତାଙ୍କୁ ହାତରେ ବନ୍ଧୁକ ଧରି ଖାକି ପୋଷାକରେ ଦେଖିବାକୁ ମିଳିଛି। ସସ୍‌ପେନ୍ସ ଓ ଥ୍ରୀଲରରେ ଭରପୁର ଏହି ଚଳଚ୍ଚିତ୍ରରେ କାଜୋଲ ଚମତ୍କାର ପଞ୍ଜାବୀ ଭାଷା କହୁଥିବା ଶୁଣିବାକୁ ମିଳିଛି।

ଅଧିକପଢ଼ନ୍ତୁ:https://sambad.in/entertainment/pappu-yadav-lawrence-gang-threat-7368231

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe