କାହିଁକି ନିଜର ଉପନାମ ବ୍ୟବହାର କରନ୍ତି ନାହିଁ କାଜୋଲ?

indianexpress

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜୋଲଙ୍କୁ ନିଉଜ୍-୧୮ ରାଇଜିଂ ଭାରତ ସମିଟ୍ ୨୦୨୫ରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ସେ ତାଙ୍କ କ୍ୟାରିଅର, ପରିବାର ଏବଂ ବଲିଉଡ୍ ବିଷୟରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ, ପ୍ରଥମେ ସେ ଫିଲ୍ମରେ କ୍ୟାରିୟର କରିବାକୁ ଚାହୁଁ ନଥିଲେ। ସେ ତାଙ୍କ ମାମୁଁଙ୍କ ଝିଅ ସହିତ ଏକ ଫଟୋସୁଟ୍ କରିବାକୁ ଯାଇଥିଲେ ଏବଂ ତା’ପରେ ସଂଯୋଗବଶତଃ ତାଙ୍କୁ ଫିଲ୍ମର ଅଫର ମିଳିବା ଆରମ୍ଭ ହେଲା। ଅଫର ଆସିବ‌ା ଦେଖି ସେ ଫିଲ୍ମ ଜଗତରେ ପ୍ରବେଶ କଲେ। ତେବେ ପ୍ରବେଶ ପୂର୍ବରୁ ତାଙ୍କ ଉପନାମକୁ ନେଇ ନିଜ ମା’ଙ୍କ ସହ ସେ ଅନେକ ଆଲୋଚନା କରିଥିବା କହିଛନ୍ତି।

କାଜୋଲ ଆଜି ପର୍ଯ୍ୟନ୍ତ ତାଙ୍କ ମା’ ବା ବାପାଙ୍କ ଉପନାମ ବ୍ୟବହାର କରିନାହାନ୍ତି। ଏହା ପଛର କାରଣ ଜଣାଇ ଅଭିନେତ୍ରୀ କହିଛନ୍ତି, "ଏହା ମୋର ଭାବିଚିନ୍ତି ନେଇଥିବା ନିଷ୍ପତ୍ତି ଥିଲା। ଫିଲ୍ମରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ମୁଁ ମୋର ନାମ କେବଳ କାଜୋଲ ରଖିବି ବୋଲି ନିଷ୍ପତ୍ତି ନେଇଥିଲି। କାରଣ ମୁଁ ମୋ ବଂଶର ଭାର ନେବାକୁ ଚାହୁନଥିଲି। ନିଜେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିବା ଲକ୍ଷରେ ମୋ ନାମରୁ ଉପନାମ ହଟାଇ ଦେଇଥିଲି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe