ଭାରତରେ ରାଜନେତାମାନେ ଶିକ୍ଷିତ ନୁହନ୍ତି ! ପୁଣି ନିଜର ଏହି ବିବୃତିକୁ ନେଇ ବିବାଦରେ କାଜୋଲ

Advertisment
ଭାରତରେ ରାଜନେତାମାନେ ଶିକ୍ଷିତ ନୁହନ୍ତି ! ପୁଣି ନିଜର ଏହି ବିବୃତିକୁ ନେଇ ବିବାଦରେ କାଜୋଲ

ମୁମ୍ବାଇ: ହିନ୍ଦୀ ସିନେମାର ହାତଗଣତି କିଛି ଅଭିନେତ୍ରୀମାନଙ୍କ ମଧ୍ୟରୁ କାଜୋଲ ଅନ୍ୟତମ, ଯିଏକି ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। କାଜୋଲ ଜଣେ ଭଲ ଅଭିନେତ୍ରୀ ହେବା ସହ ସର୍ବଦା ତାଙ୍କ ମତକୁ ଖୋଲାଖୋଲି ଭାବେ ରଖନ୍ତି। କିନ୍ତୁ ଏଥର ତାଙ୍କୁ ତାଙ୍କର ଏକ ବିବୃତି ପାଇଁ ଟ୍ରୋଲ ହେବାକୁ ପଡ଼ିଛି। ଅଭିନେତ୍ରୀ ଦେଶର ନେତାମାନଙ୍କୁ ଅଶିକ୍ଷିତ ବୋଲି କହିଛନ୍ତି, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ସୂଚନା ମୁତାବକ, କାଜୋଲ ନିଜର ୱେବସିରିଜ୍ 'ଦ ଟ୍ରାଏଲ'ର ପ୍ରଚାର ସମୟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ଦେଶର ବିକାଶ ଓ ଦେଶରେ ଥିବା ନେତାଙ୍କ ଶିକ୍ଷାକୁ ନେଇ ନିଜର ମତ ରଖିଥିଲେ ଅଭିନେତ୍ରୀ। ‌ସେ କହିଥିଲେ, ବିଶେଷ କରି ଭାରତ ଭଳି ଦେଶରେ ପରିବର୍ତ୍ତନ ଧୀର ଅଟେ। ଏହା ଅତ୍ୟନ୍ତ ମନ୍ଥର କାରଣ ଆମେ ଆମର ପରମ୍ପରା ଏବଂ ଚିନ୍ତାଧାରାରେ ବୁଡି ରହିଛୁ ଏବଂ ଅବଶ୍ୟ ଏହା ଶିକ୍ଷା ସହିତ ଜଡିତ। ଆମ ଦେଶରେ ଏପରି ରାଜନୈତିକ ନେତା ଅଛନ୍ତି ଯେଉଁମାନଙ୍କର କୌଣସି ଶିକ୍ଷାଗତ ପୃଷ୍ଠଭୂମି ନାହିଁ। ଦେଶ ରାଜନେତାମାନଙ୍କ ଦ୍ୱାରା ଶାସିତ। ଏହି ନେତାମାନଙ୍କ ମଧ୍ୟରୁ ଅନେକ ଏପରି ରହିଛନ୍ତି ଯେଉଁମାନଙ୍କର ସଠିକ୍ ଦୃଷ୍ଟିକୋଣ ମଧ୍ୟ ନାହିଁ, ଯାହା କେବଳ ଶିକ୍ଷାରୁ ଆସିଥାଏ।

କାଜୋଲଙ୍କ ଏଭଳି ବିବୃତିକୁ ନେଇ ଏବେ ଟ୍ବିଟରରେ ତାଙ୍କୁ ଟ୍ରୋଲ କରାଯାଉଛି।

ତେବେ ଟ୍ରୋଲିଂର ଶିକାର ହେବା ପରେ ସଫେଇ ଦେଇ କାଜୋଲ କହିଛନ୍ତି, ମୁଁ କେବଳ ଶିକ୍ଷା ଏବଂ ଏହାର ଗୁରୁତ୍ୱ ବିଷୟରେ କହୁଥିଲି। ମୋର ଉଦ୍ଦେଶ୍ୟ କୌଣସି ରାଜନୈତିକ ନେତାଙ୍କୁ ଅପମାନିତ କରିବାର ନଥିଲା। ଆମର କିଛି ମହାନ ନେତା ଅଛନ୍ତି ଯେଉଁମାନେ ଦେଶକୁ ସଠିକ୍ ପଥରେ ନେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe