ଭଲ ବନ୍ଧୁ ହୋଇ ମଧ୍ୟ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ନାହିଁ କାଜୋଲ, କାରଣ ପଚରାଯିବା ପରେ ରଖିଲେ ଏଭଳି ଉତ୍ତର

Advertisment
ଭଲ ବନ୍ଧୁ ହୋଇ ମଧ୍ୟ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ନାହିଁ କାଜୋଲ, କାରଣ ପଚରାଯିବା ପରେ ରଖିଲେ ଏଭଳି ଉତ୍ତର

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ ଓ ଅଭିନେତ୍ରୀ କାଜୋଲ ଦେବଗନଙ୍କ ମଧ୍ୟରେ କେତେ ନିବିଡ ବନ୍ଧୁତା ରହିଛି, ତାହା ସମସ୍ତଙ୍କୁ ଜଣା। ଦୁହେଁ ସାଥିରେ ଅନେକ ଫିଲ୍ମ କରିଥିବା ବେଳେ ଅନେକ ସମୟରେ ଦୁହିଁଙ୍କ ବନ୍ଧୁତାର ଉଦାହରଣ ଦିଆଯାଏ। ତେବେ ପ୍ରତିବର୍ଷ କାଜୋଲ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଜନ୍ମଦିନ ପାର୍ଟିରେ ସାମିଲ ହେଉଥିବା ବେଳେ ଏଥର ସେ ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇନଥିବା ଦେଖା‌ଯାଇଛି। ଏନେଇ ତାଙ୍କ ପ୍ରଶଂସକ ପ୍ରଶ୍ନ କରିବା ପରେ ସେ ଏହାର ଅଜବ ଉତ୍ତର ରଖିଛନ୍ତି।

icckqjl8 www.ndtv.com

ସୂଚନା ମୁତାବକ, ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କାଜୋଲ ତାଙ୍କ ପ୍ରଶଂସକଙ୍କୁ ପ୍ରଶ୍ନ ପଚାରିବାକୁ କହିଥିଲେ। ଏହା ପରେ ତାଙ୍କର ଜଣେ ପ୍ରଶଂସକ ଶାହରୁଖଙ୍କୁ କାହିଁକି ଜନ୍ମଦିନର ଶୁଭେଚ୍ଛା ଜଣାଇଲ ନାହିଁ ବୋଲି ପଚାରିଥିଲେ। ଏହାର ଉତ୍ତରରେ କାଜୋଲ କହିଥିଲେ, ମୁଁ ତାଙ୍କୁ ଆଉ କ’ଣ ଶୁଭେଚ୍ଛା ଦେଇପାରିବି? ମୁଁ ଭାବୁଛି ତାଙ୍କ ପୁଅ ଘରକୁ ଫେରିବା ପରେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe