ପତ୍ନୀ କାଜଲଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଏପରି ନିଆରା ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ଅଜୟ ଦେବଗନ୍‌

Advertisment
ପତ୍ନୀ କାଜଲଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଏପରି ନିଆରା ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ଅଜୟ ଦେବଗନ୍‌

BollywoodShaadis

ମୁମ୍ବାଇ: ଆଜି ଅଭିନେତ୍ରୀ କାଜଲଙ୍କ ଜନ୍ମଦିନ। ୪୮ ବର୍ଷ ବୟସରେ ପାଦ ରଖିଛନ୍ତି ଶ୍ୟାମଳୀ ସୁନ୍ଦରୀ। ପତ୍ନୀଙ୍କ ଜନ୍ମଦିନ ଅବସରରେ ଏକଦମ ନିଆରା ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତା ଅଜୟ ଦେବଗନ୍‌। ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଅଜୟ ଏକ ଭିଡିଓ ସେୟାର୍‌ କରି କାଜଲ୍‌ ତ‌ାଙ୍କ ପାଇଁ କେତେ ସ୍ବତନ୍ତ୍ର ବୋଲି ଜଣାଇଛନ୍ତି।

ଇନ୍‌ଷ୍ଟା ପୋଷ୍ଟ୍‌ରେ ଦେଖିବାକୁ ମିଳିଛି ଯେ ଅଜୟ ତାଙ୍କ ହାତରେ ଏକ ମୋବାଇଲ୍‌ ଧରିଛନ୍ତି। ସେ ଧରିଥିବା ଫୋନ୍‌ରେ ଜାଜଲ୍‌ଙ୍କ ନମ୍ବରରୁ କଲ୍‌ ଆସୁଛି। ସେ ତାହାକୁ ତୁରନ୍ତ ରିସିଭ୍‌ କରୁଛନ୍ତି। ଏହି ଭିଡିଓ ପୋଷ୍ଟ୍‌ କରି ସେଥିରେ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ଯେତେବେଳେ ସେ କଲ୍‌ କରନ୍ତି, ମୁଁ କେବେ ବି ରିସିଭ୍‌ କରିବାକୁ ଭୁଲେ ନାହିଁ।’ ତାପରେ ସେ ଲେଖିଛନ୍ତି ‘ହାପି ବାର୍ଥଡେ ଡିୟରେଷ୍ଟ୍‌’।

ନିକଟରେ ଅଜୟ ତା‌ଙ୍କର ଓ କାଜଲ୍‌ଙ୍କର ‘ତହ୍ନାଜୀ’ ଚଳଚ୍ଚିତ୍ରର ଏକ ଦୃଶ୍ୟର ଫଟୋ ସେୟାର୍‌ କରିଥିଲେ। ଚଳଚ୍ଚିତ୍ର ଦୁନିଆରେ କାଜଲ ୩ ଦଶଂଧି କାଟିବା ଅବସରରେ ଏହି ପୋଷ୍ଟ୍‌ଟି କରିିଥିଲେ ଅଜୟ ଦେବଗନ୍‌।

ଉଲ୍ଲେଖଯୋଗ୍ୟ, ବଲିଉଡ୍‌ର ଆଇକନିକ ଅନ୍‌ସ୍କ୍ରିନ୍‌ ଯୋଡ଼ି ଶାହାରୁଖ୍‌ ଓ କାଜଲ ପୁଣି ଥରେ ଏକତ୍ର ପରଦାରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। ଏହି ଯୋଡ଼ିକୁ ୭ ବର୍ଷ ପରେ ଏକତ୍ର ଦେଖିବା ଖବର ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ରହିଛନ୍ତି। ଏହି କାମ ଆଉ କେହି ନୁହଁନ୍ତି, ସିନେ ନିର୍ଦ୍ଦେଶକ କରଣ ଜୋହର କରିବାକୁ ଯାଉଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଶାହାରୁଖ ଓ କାଜଲ ପୁଣି ଥରେ ଏକତ୍ର ନଜର ଆସିବେ, ମାତ୍ର ଏମାନେ ମୁଖ୍ୟ ଚରିତ୍ର ନିଭାଇବେ ନାହିଁ। ଏହି ଆଇକନିକ୍‌ ଯୋଡ଼ିକୁ ଏକ ସ୍ପେସିଆଲ୍‌ ପରଫର୍ମର ଭାବେ ଦେଖିବାକୁ ମିଳିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe