କାଳୀ ବିବାଦ: ଲୀନା ମଣିମେକାଲାଇଙ୍କୁ ସମନ୍‌, ଅଗଷ୍ଟ ୬ରେ ଶୁଣାଣି

କାଳୀ ବିବାଦ: ଲୀନା ମଣିମେକାଲାଇଙ୍କୁ ସମନ୍‌, ଅଗଷ୍ଟ ୬ରେ ଶୁଣାଣି

ନୂଆଦିଲ୍ଲୀ: ଦେବୀ କାଳୀଙ୍କ ସିଗାରେଟ୍‌ ଟଣା ପୋଷ୍ଟର ପୋଷ୍ଟ କରି ବିବାଦ ସୃଷ୍ଟି କରିଥିବା ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ଦିଲ୍ଲୀର ଏକ କୋର୍ଟ ସମନ ଜାରି କରିଛନ୍ତି। ତିସ୍‌ ହଜାରି କୋର୍ଟର ବିଚାରପତି ଅଭିଷେକ କୁମାର ଫିଲ୍ମର ନିର୍ମାତା ମଣିମେକାଲାଇ ତଥା ତାଙ୍କ କମ୍ପାନି ଟୁରିଂ ଟକିଜ୍ ମିଡିଆ ପ୍ରାଇଭେଟ ଲିମିଟେଡ଼କୁ ସମାନ କରି ଅଗଷ୍ଟ ୬ରେ ଏହାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଡଭୋକେଟ୍ ରାଜ ଗୌରବଙ୍କ ଦ୍ବାରା ଏହି ମକଦ୍ଦମା ଦାଏର କରାଯାଇଛି। ଫିଲ୍ମ ନିର୍ମାତା ହିନ୍ଦୁ ଦେବୀଙ୍କୁ ତାଙ୍କ ଆଗାମୀ ଡକ୍ୟୁମେଣ୍ଟାରୀ ଫିଲ୍ମ ପୋଷ୍ଟର ଏବଂ ପ୍ରଚାର ଭିଡିଓରେ ଅତି ବିକୃତ ଢଙ୍ଗରେ ଚିତ୍ରଣ କରିଛନ୍ତି। ଗୌରବ କହିଛନ୍ତି, ଏହି ଚଳଚ୍ଚିତ୍ରର ପୋଷ୍ଟରରେ ହିନ୍ଦୁ ଦେବୀ କାଳୀ ସିଗାରେଟ ଟାଣୁଥିବାର ଚିତ୍ର ରହିଛି ଯାହା କେବଳ ସାଧାରଣ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇନାହିଁ ବରଂ ନୈତିକତା ଏବଂ ସୌଜନ୍ୟକୁ ମଧ୍ୟ ବଳି ପକାଇ ଦେଇଛି। ଏହି ଆପତ୍ତିଜନକ ଭିଡିଓ କ୍ଲିପ୍ ଏବଂ ଫଟୋକୁ ନିଷିଦ୍ଧ କରିବା ପାଇଁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe