'କଲ୍କି ୨୯୮୯ ଏଡି'କୁ ନେଇ ବଢ଼ୁଛି କ୍ରେଜ୍, ଧଡ଼ାଧଡ଼ ବୁକ୍ ହେଉଛି ଟିକେଟ

Advertisment
'କଲ୍କି ୨୯୮୯ ଏଡି'କୁ ନେଇ ବଢ଼ୁଛି କ୍ରେଜ୍, ଧଡ଼ାଧଡ଼ ବୁକ୍ ହେଉଛି ଟିକେଟ

ମୁମ୍ବାଇ: ପ୍ରଶଂସକମାନେ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ 'କଲ୍କି ୨୯୮୯ ଏଡି'କୁ ଅପେକ୍ଷା କରି ରହିଛନ୍ତି। ଏହି ଚଳଚ୍ଚିତ୍ରଟି ଜୁନ୍ ୨୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହାର କ୍ରେଜ୍ ଏବେ ଲୋକଙ୍କ ମଧ୍ୟରେ ଦେଖାଯିବାକୁ ଲାଗିଲାଣି। ଚଳଚ୍ଚିତ୍ରକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍ ବଜାୟ ରଖିବା ପାଇଁ ନିର୍ମାତାମାନେ ପ୍ରତିଦିନ କିଛି ନା କିଛି ଅପଡେଟ୍ ସେୟାର୍ କରୁଛନ୍ତି, ଯେଉଁଥିପାଇଁ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ବିଦେଶରେ ଏହି ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ବହୁ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଭାରତରେ ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। କୁହାଯାଉଛି ଯେ, ବୁକିଂ ପାଇଁ ଏତେ ଲୋକ ଅନଲାଇନ୍ ଚେଷ୍ଟା କରୁଛନ୍ତି ଯେ, ସାଇଟ୍ ହିଁ କ୍ରାସ ହୋଇଯାଉଛି।

ଜାତୀୟ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ବଲିଉଡ ଲାଇଫର ରିପୋର୍ଟ ଅନୁଯାୟୀ, ଅନେକ ପ୍ରଶଂସକ ସୋସିଆଲ ମିଡିଆରେ ଅଭିଯୋଗ କରୁଛନ୍ତି ଯେ ଯେତେବେଳେ ସେମାନେ ଟିକେଟ ବୁକ୍ କରିବାକୁ ଚେଷ୍ଟା କରୁଛନ୍ତି ସେତେବେଳେ ସାଇଟ୍ କ୍ରାସ୍ ହୋଇଯାଉଛି। ଏହାକୁ ଦେଖି କୁହାଯାଇପାରେ ଯେ ଏହି ଚଳଚ୍ଚିତ୍ର ଅନେକ ରେକର୍ଡ ଭାଙ୍ଗିବାକୁ ଯାଉଛି।

ତେବେ ଏହି ଚଳଚ୍ଚିତ୍ରରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପଟାନିଙ୍କ ଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ନାଗ ଅଶ୍ବିନୀ ଦେଇଥିବା ବେଳେ ଫିଲ୍ମଟି ଅନେକ ବଡ଼ ବଜେଟ ଫିଲ୍ମର ‌ରେକର୍ଡ ଭାଙ୍ଗିବ ବୋଲି ଚର୍ଚ୍ଚା ହେଲାଣି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe