India.com
ମୁମ୍ବାଇ : ବଲିଉଡ୍ ଦବଙ୍ଗ ଷ୍ଟାର ଇଦ୍ରେ ନିଜ ପ୍ରଶଂସକମାନଙ୍କୁ ଭାରତ ଭଳି ଫିଲ୍ମ ଭେଟି ଦେଇଥିଲେ । ରିଲିଜ୍ ହେବା ପରେ ପରେ ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳିବା ଆରମ୍ଭ ହୋଇ ଯାଇଛି । ତେବେ କିଛି ଏହି ଫିଲ୍ମକୁ ପସନ୍ଦ କରିଥିବା ବେଳେ କିଛି ଏହାକୁ ଫ୍ଲପ୍ ଫିଲ୍ମ ବୋଲି କହିଛନ୍ତି । ଏ ମଧ୍ୟରେ ଅଭିନେତା କମାଲ ରାଶିଦ ଖାନ୍ ସଲମାନଙ୍କୁ ପରିହାସ କରି ଟୁଇଟ୍ କରିଥିବା ଦେଖା ଯାଇଛି । ସଲମାନଙ୍କ ପୁରୁଣା ସାକ୍ଷାତକାରକୁ କେନ୍ଦ୍ର କରି କମାଲ ସଲମାନଙ୍କୁ ପରିହାସ କରିଛନ୍ତି ।
ଟୁଇଟ୍ରେ ସଲମାନ ଏବଂ କ୍ୟାଟ୍ରିନାଙ୍କୁ ପରିହାସ କରି, ସଲମାନ ଖାନ୍ କହିଥିଲେ ଭାରତ ଫିଲ୍ମ ପାଇଁ କ୍ୟାଟ୍ରିନାଙ୍କୁ ନ୍ୟାସ୍ନାଲ ଆଓ୍ଵାର୍ଡ ମିଳିବା ଦରକାର ଏବଂ ଆମେ ଏହି କଥାରେ ସହମତ ଅଛୁ । ଯଦି ସଲମାନ ଖାନ୍ ଜୁରି ସଦସ୍ୟ ହେବେ, ତେବେ ତାହା ସମ୍ଭବ । ଏବଂ ସେହି ଦିନ ସବୁ ନ୍ୟାସ୍ନାଲ ଆଓ୍ଵାର୍ଡ ବିଜେତାଙ୍କୁ ନିଜ ଆଓ୍ଵାର୍ଡ ଫେରାଇ ଦେବା ଦରକାର ବୋଲି ଲେଖିଥିଲେ କମାଲ ।
Follow Us