ପୂଜା କୁମାରଙ୍କ ସହ ଡେଟିଂ କରୁଛନ୍ତି କମଲ ହାସନ!

Advertisment
ପୂଜା କୁମାରଙ୍କ ସହ ଡେଟିଂ କରୁଛନ୍ତି କମଲ ହାସନ!

Zee News

ଅଭିନେତା କମଲ ହାସନ ତାଙ୍କ ‘ବିଶ୍ବରୂପମ’ ଚଳଚ୍ଚିତ୍ରର ସହ ଅଭିନେତ୍ରୀ ପୂଜା କୁମାରଙ୍କ ସହ ଡେଟିଂ କରୁଥିବା ନେଇ ଗୁଜବ ଉଠିଛି। ଉଭୟଙ୍କ ଏହି ସମ୍ପର୍କକୁ ନେଇ କିଛିଦିନ ତଳେ ଇଣ୍ଟରନେଟ୍‌ରେ ଝଡ଼ ଉଠିଥିଲା। ଏପରିକି ପୂଜା କମଲଙ୍କ ସହ ନିଜର ପରବର୍ତୀ ଚଳଚ୍ଚିତ୍ର ‘ଥାଲାଇଭାନ ଇରୁକିରନ’ରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି। ପୂଜା କିନ୍ତୁ ନିୟମିତ ଭାବେ ଏହି ଡେଟିଂ ଖବରକୁ ଏଡ଼ାଇ ଆସିଛନ୍ତି।

ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରରେ କମଲଙ୍କ ସହ ଅଭିନୟ କରିବେ ବୋଲି ଯେଉଁ ଗୁଜବ ଶୁଣିବାକୁ ମିଳୁଛି ତାହାକୁ ବି ସେ ଖଣ୍ଡନ କରିଛନ୍ତି। ପୂଜା ଭାରତୀୟ ଆମେରିକାନ ଅଭିନେତ୍ରୀ ହୋଇଥିବା ବେଳେ କମଲ ହାସନଙ୍କ ସହ ସେ ୩ଟି ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି। ପୂଜା କମଲ ହାସନଙ୍କ ଘରୋଇ ପାର୍ଟିରେ ମଧ୍ୟ ଦେଖିବାକୁ ମିଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe