କାରରେ ନୁହେଁ, ହେଲିକପ୍ଟର ଯୋଗେ ପ୍ରତିଦିନ ସୁଟିଂ ସେଟକୁ ଯାଉଛନ୍ତି କମଲ ହାସନ

Advertisment
କାରରେ ନୁହେଁ, ହେଲିକପ୍ଟର ଯୋଗେ ପ୍ରତିଦିନ ସୁଟିଂ ସେଟକୁ ଯାଉଛନ୍ତି କମଲ ହାସନ

aajtak

ମୁମ୍ବାଇ: ଟଲିଉଡ ଏବଂ ବଲିଉଡ ସିନେମାର ଲୋକପ୍ରିୟ ଅଭିନେତା କମଲ ହାସନ ଏବେ ନିଜ ସଫଳତାକୁ ଉପଭୋଗ କରୁଛନ୍ତି। ଯେବେଠାରୁ ଫିଲ୍ମ 'ବିକ୍ରମ' ବକ୍ସ ଅଫିସରେ ୪୦୦କୋଟି ଟଙ୍କା ରୋଜଗାର କରିଛି ସେବେଠାରୁ କମଲ ହାସନଙ୍କ ଅଭିନୟ କ୍ୟାରିୟର ପୁଣି ଥରେ ଉପରମୁହାଁ ହୋଇଛି। ମଝିରେ ସେ ରାଜନୀ‌ତିରେ ପ୍ରବେଶ କରିବା ପାଇଁ ଫିଲ୍ମରୁ ବିରତି ନେଇଥିଲେ। ହେଲେ ପରେ ସେ ନିଜ ନିଷ୍ପତ୍ତି ବଦଳାଇ ଫିଲ୍ମ 'ବିକ୍ରମ' ସହ ବଡ଼ ପରଦାକୁ ଫେରିଥିଲେ। ଏତେ ଦିନର ବ୍ୟବଧାନ ପରେ କମଲ ଫେରିଥିଲେ ବି ତାଙ୍କ କ୍ରେଜ ପୂର୍ବଭଳି ରହିଛି ବୋଲି ଫିଲ୍ମର ଆୟ ପ୍ରମାଣ କରିଥିଲା।

ଏହି ଫିଲ୍ମର ସଫଳତା ପରେ କମଲ ଏବେ ଫିଲ୍ମ 'ଇଣ୍ଡିଆନ୍-୨' ପାଇଁ ସୁଟିଂ ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ସମୟରେ ସେ କାରରେ ନୁହେଁ ବରଂ ହେଲିକପ୍ଟର ଯୋଗେ ସୁଟିଂ ସେଟ୍ ଯାଉଥିବା ଜଣାପଡ଼ିଛି। କମଲ ହାସନ ଏବେ ହେଲିକପ୍ଟରକୁ ତାଙ୍କ କ୍ୟାବରେ ପରିଣତ କରିଛନ୍ତି। ଅଭିନେତା ପ୍ରତିଦିନ ହେଲିକପ୍ଟରରେ ଯାତାୟାତ କରୁଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ କମଲ ହେଲିକପ୍ଟରରେ ବସୁଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe