The Economic Times
ଚେନ୍ନାଇ: ଆଜି ଚେନ୍ନାଇର ଶ୍ରୀରାମଚନ୍ଦ୍ର ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି ଅଭିନେତା କମଲ୍ ହସନ୍। ୨୦୧୬ ମସିହାରେ ସେ ତାଙ୍କ ଘରେ ପଡ଼ିଯିବା ପରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଫଳରେ ତାଙ୍କୁ ଏକ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ମାତ୍ର ଗତ ନିର୍ବାଚନ କାଳରେ ସେ ଡାକ୍ତରଙ୍କ ପରାମର୍ଶ ନ ମାନି ପ୍ରଚାରରେ ବ୍ୟସ୍ତ ରହିଥିବାରୁ ପୁଣି ଗୋଡରେ ସମସ୍ୟା ଦେଖାଦେଇଥିଲା।
ଏହାପରେ ଡାକ୍ତରଙ୍କ ପରାମର୍ଶକୁ ଅଣଦେଖା କରି କମଲ କାମ କରିବା ବନ୍ଦ କରି ନଥିଲେ। ଫଳରେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଇଥିଲା। ତାଙ୍କ ଗୋଡ଼ରେ ପୁଣି ଥରେ ସଂକ୍ରମଣ ହୋଇଥିବା କାରଣରୁ ତାଙ୍କୁ ଡାକ୍ତରଙ୍କ ତତ୍ବାବଧାନରେ ରହିବାକୁ ପଡ଼ିଥିଲା। ଅସ୍ତ୍ରୋପଚାର ହେବା ସହ ୨ ଦିନ କାଳ ହସ୍ପିଟାଲ୍ରେ ଚିକିତ୍ସିତ ହେବା ପରେ ଶେଷରେ କମଲଙ୍କୁ ଆଜି ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି।
କମଲ୍ ହସନ୍ ବିଗ୍ବସ୍ ତାମିଲ୍ ସଜିନ୍-୪ର ଗ୍ରାଣ୍ଡ୍ ଫିନାଲେ ହୋଷ୍ଟ କରୁଥିବା ବେଳେ ସେ ନିଜ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇ ଖୁବ୍ ଶୀଘ୍ର ତାଙ୍କ କାମକୁ ଫେରିବେ ବୋଲି କହିଥିଲେ। ସେ ଆହୁରି ବି କହିଥିଲେ ଯେ ଡାକ୍ତରଙ୍କ ବାରଣ ସତ୍ତ୍ବେ ସେ ନିର୍ବାଚନ ପ୍ରଚାର କାଳରେ ଲୋକମାନଙ୍କ ସହ ମିଶି କାମ କରି ତାଙ୍କର ସଂକ୍ରମଣ ହୋଇଛି।
Follow Us