ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଆସନ୍ତାକାଲି ଘରକୁ ଫେରିବେ କମଲ୍‌ ହସନ୍‌

Advertisment
ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଆସନ୍ତାକାଲି ଘରକୁ ଫେରିବେ କମଲ୍‌ ହସନ୍‌

www.indiatoday.in

ଚେନ୍ନାଇ: ଚେନ୍ନାଇର ଶ୍ରୀରାମଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଅଭିନେତା କମଲ୍‌ ହସନ୍‌ ଆସନ୍ତାକାଲି(ଜାନୁଆରି ୨୨) ଡିସ୍‌ଚାର୍ଜ ହୋଇ ଘରକୁ ଫେରିବେ। ୨୦୧୬ ମସିହାରେ ସେ ତାଙ୍କ ଘରେ ପଡ଼ିଯିବା ପରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଫ‌ଳରେ ତାଙ୍କୁ ଏକ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ମାତ୍ର ଗତ ନିର୍ବାଚନ କାଳରେ ସେ ଡାକ୍ତରଙ୍କ ପରାମର୍ଶ ନ ମାନି ପ୍ରଚାରରେ ବ୍ୟସ୍ତ ରହିଥିବାରୁ ପୁଣି ଗୋଡରେ ସମସ୍ୟା ଦେଖାଦେଇଥିଲା।

ଏହାପରେ ଡାକ୍ତରଙ୍କ ପରାମର୍ଶକୁ ଅଣଦେଖା କରି କମଲ କାମ କରିବା ବନ୍ଦ କରି ନଥିଲେ। ଫଳରେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଇଥିଲା। ତାଙ୍କ ଗୋଡ଼ରେ ପୁଣି ଥରେ ସଂକ୍ରମଣ ହୋଇଥିବା କାରଣରୁ ତାଙ୍କୁ ଡାକ୍ତରଙ୍କ ତତ୍ବାବଧାନରେ ରହିବାକୁ ପଡ଼ିଥିଲା। ଅସ୍ତ୍ରୋପଚାର ହେବା ସହ ୨ ଦିନ କାଳ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ଶେଷରେ କମଲଙ୍କୁ ଆସନ୍ତାକାଲି ଡିସ୍‌ଚାର୍ଜ କରାଯିବ ବୋଲି ସୂଚନା ରହିଛି।

କମଲ୍‌ ହସନ୍ ବିଗ୍‌ବସ୍‌ ତାମିଲ୍‌ ସଜିନ୍‌-୪ର ଗ୍ରାଣ୍ଡ୍‌ ଫିନାଲେ ହୋଷ୍ଟ କରୁଥିବା ବେଳେ ସେ ନିଜ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ସୂଚନା ଦେଇ ଖୁବ୍ ଶୀଘ୍ର ତାଙ୍କ କାମକୁ ଫେରିବେ ବୋଲି କହିଥିଲେ। ସେ ଆହୁରି ବି କହିଥିଲେ ଯେ ଡାକ୍ତରଙ୍କ ବାରଣ ସତ୍ତ୍ବେ ସେ ନିର୍ବାଚନ ପ୍ରଚାର କାଳରେ ଲୋକମାନଙ୍କ ସହ ମିଶି କାମ କରି ତାଙ୍କର ସଂକ୍ରମଣ ହୋଇଛି।

କମଲ ହସନ ତାମିଲ୍‌ରେ କରିଥିବା ଟ୍ବିଟ୍‌ରେ ଲେଖାଯାଇଛି, ‘ଅସ୍ତ୍ରୋପଚାର ସଫଳ ରହିଲା। ଡାକ୍ତରୀ ଦଳ ଓ ରାମଚନ୍ଦ୍ର ହସ୍ପିଟାଲ୍‌କୁ ଧନ୍ୟବାଦ। ମୁଁ ସୁସ୍ଥ ହେବା ପର୍ଯ୍ୟନ୍ତ ଲୋକମାନଙ୍କ ମନଖୋଲି କଥା ହେବାକୁ ଚାହିଁଥିଲି। ଲୋକମାନଙ୍କ ଭଲପାଇବା ହେଉଛି ମୋ ଔଷଧ। ମୁଁ ସେମାନଙ୍କୁ ଖୁବ୍ ଶୀଘ୍ର ଦେଖିବାକୁ ଚାହୁଁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe