ମୁମ୍ବାଇ: ସୁପରିଚିତା ନାୟିକା ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଇଣ୍ଟର୍ନେଟ୍ରେ ଛାଇଯାଇଛି ବାସ୍ ସେଇ ଗୋଟାଏ ନାମ ‘ଶ୍ରୀଦେବୀ’। ବନ୍ଧୁ, ସଂପର୍କୀୟ ଓ ପ୍ରଶଂସକଙ୍କଠାରୁ ଗୁଡ଼ାଏ ପ୍ରତିକ୍ରିୟା ମିଳିଥିବା ବେଳେ କୋ-ଷ୍ଟାର୍ କମଲ୍ ହସନ୍ଙ୍କ ହୃଦୟଭରା ଟୁଇଟ୍ ଏବେ ବେଶ୍ ଚର୍ଚ୍ଚା ପାଲଟିଛି। ‘ସଦ୍ମା’ ଚଳଚ୍ଚିତ୍ରରେ ଅଭୂତପୂର୍ବ ଅଭିନୟ କରି ଦର୍ଶକଙ୍କୁ କନ୍ଦାଇ ଦେଇଥିଲେ ଏହି ସୁପର୍ହିଟ୍ ଯୋଡ଼ି ଶ୍ରୀଦେବୀ ଓ କମଲ୍। ତେବେ, ଶ୍ରୀଦେବୀଙ୍କ ଏପରି ଅକାଳ ମୃତ୍ୟୁରେ ଗଭୀର ଦୁଃଖ ପାଇଛନ୍ତି କମଲ ହସନ।
/sambad/media/post_attachments/wp-content/uploads/2018/02/THJVN_SADMA-300x225.jpg)
କମଲ୍ ହସନ୍ ଟୁଇଟ୍ କରିଛନ୍ତି, ‘ମୁଁ ମୋ ଆଖି ସାମ୍ନାରେ ଜଣେ ଚପଳମତି କିଶୋରୀଙ୍କୁ ମହାନ ମହିଳା ହେବାର ଦେଖିଛି। ତାଙ୍କ ସହ ବିତାଇଥିବା ଅନେକଗୁଡ଼ିଏ ଖୁସିର ମୁହୂର୍ତ୍ତ ମୋ ମସ୍ତିଷ୍କରେ ଘୂରି ବୁଲୁଛି। ସେଥିରେ ତାଙ୍କୁ ଶେଷ ଥର ଭେଟିବାର ସ୍ମୃତି ବି ରହିଛି। ସଦ୍ମାର ସେ ଲୋରି ମୋତେ ମାରିଦଉଛି। ସେ ସବୁବେଳେ ମନେ ରହିବେ।’ ଶ୍ରୀଦେବୀଙ୍କର ଏପରି ହଠାତ୍ ମୃତ୍ୟୁରେ ପୂରା ବଲିଉଡ୍ ମର୍ମାହତ। ଅମିତାଭ ବଚ୍ଚନ, କମଲ୍ ହସନ୍, ରଜନୀକାନ୍ତ, ଅକ୍ଷୟ କୁମାର, ପ୍ରିୟଙ୍କା ଚୋପ୍ରା, ଜ୍ୟାକ୍ଲିନ୍ ଆଦି ଅନେକ ବଲିଉଡ୍ କଳାକାର ଚାନ୍ଦିନୀଙ୍କ ମୃତ୍ୟୁ ପରେ ଶୋକ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2018/02/sridevi-kamal-haasan-ndtv_650x400_71519528513-300x185.jpg)
Follow Us