ମୁମ୍ବାଇ: ଜଷ୍ଟିସ ହେମା କମିଟିଙ୍କ  ରିପୋର୍ଟ ଆସିବା ପରେ ମଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଉତ୍ତେଜନା ଦେଖାଦେଇଛି। ଅନେକ ଅଭିନେତ୍ରୀ ସାମ୍ନାକୁ ଆସି ନିଜ ସହିତ ହୋଇଥିବା ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ସେମାନେ ଅନେକ ନାମୀଦାମୀ ଅଭିନେତା ଓ ପ୍ରଯୋଜକଙ୍କ ବିରୋଧରେ ଯୌନ ନିର୍ଯାତନା କରି ନ୍ୟାୟ ଦାବି କରିଛନ୍ତି।  ଏହି ଅଭିଯୋଗ ଏବଂ ଘଟଣା ଏବେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। 

Advertisment

ମନୋରଞ୍ଜନ ଶିଳ୍ପରେ ଏମିତି ଖରାପ କାମ ଚାଲିଥାଏ ବୋଲି ପ୍ରତିକ୍ରିୟା ଦେଇ ଅନେକ ଲୋକ କହୁଥିବା ବେଳେ ସମ୍ପ୍ରତି  ଟେଲିଭିଜନ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଟିଭି ଇଣ୍ଡଷ୍ଟ୍ରି ବିଷୟରେ ଆଲୋଚନା କରି କହିଛନ୍ତି, ‘ଟିଭି ଇଣ୍ଡଷ୍ଟ୍ରି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଏଠାରେ ମହିଳାଙ୍କୁ କୌଣସି ପ୍ରକାର ଶୋଷଣ  କରାଯାଇ ନଥାଏ। ଟିଭି ଇଣ୍ଡଷ୍ଟ୍ରି କାଷ୍ଟିଂ କାଉଚ୍ ବୋଲି କିଛି ନାହିଁ । ଯାହାବି ହୋଇଥାଏ ସହମତିରେ ହୋଇଥାଏ। 

କେହିବି କାମ ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି ନଥାଆନ୍ତି। ମୁଁ ବି ଦେଖିଛି ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଅଭିନେତାଙ୍କୁ ଯେଉଁମାନେ ଯୁବତୀଙ୍କ ପାଇଁ ପାଗଳ ଥାଆନ୍ତି। କିନ୍ତୁ ଯୁବତୀମାନଙ୍କ ଅନୁମତି ବିନା ସେମାନେ ତାଙ୍କୁ ସ୍ପର୍ଶ ବି କରି ନଥାଆନ୍ତି।  ମହିଳା ହୁଅନ୍ତୁ ଅବା ପୁରୁଷ ଭୂମିକା ଅନୁଯାୟୀ ଖାପଖାଇଲେ ହିଁ ସେମାନଙ୍କୁ କାମ ମିଳିଥାଏ। ସେମାନଙ୍କ ପ୍ରତିଭାକୁ ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ପ୍ରଥମେ ଦେଖି ଥାଆନ୍ତି। ପୂର୍ବ କଥା ତ ମୁଁ କହି ପାରିବି ନାହିଁ। ଯେବେଠାରୁ ମୁଁ ଟେଲିଭିଜନ ଦୁନିଆରେ ପାଦ ଦେଇଛି ତାହାକୁ ଦୃଷ୍ଟିରେ ରଖି ମୁଁ ଦାବିର ସହ କହିବି କି ଟେଲିଭିଜନ ଇଣ୍ଡଷ୍ଟ୍ରି ନିର୍ମଳ ଏଠାରେ କଳାକାରଙ୍କ ପ୍ରତିଭାକୁ ସମ୍ମାନ ଦିଆଯାଏ। ବଲିଉଡ ଓ ଓଟିଟି କଥା ମୁଁ ଜାଣି ନାହିଁ ତେଣୁ ସେ ବିଷୟରେ କିଛି କହି ପାରିବି ନାହିଁ।’

 ଅଧିକପଢ଼ନ୍ତୁ: ରାତି ୩ଟା ସମୟରେ ଦୁଇଜଣ ଅପରିଚିତ ବ୍ୟକ୍ତିଙ୍କୁ ଦେଖି ଚକିତ ହୋଇ ଯାଇଥିଲେ ଟ୍ରେନି ଡାକ୍ତର