amarujala.com
ମୁମ୍ବାଇ : ଛୋଟ ପରଦାର ଖୁବ୍ ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ । ଖଳନାୟିକା ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା । ବିଗ୍ ବସ୍ ସିଜିନ୍-୭ରେ ନଜର ଆସି ସେ ଅଧିକରୁ ଅଧିକ ଲୋକପ୍ରିୟ ହେବା ସହ ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଥମ ବିବାହ ୨୦୧୩ରେ ଭାଙ୍ଗିବା ପରେ ଏବେ ସେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଦିଲ୍ଲୀରେ ରହୁଥିବା ବ୍ୟବସାୟୀ ଶଲଭ ଡ଼ାଙ୍ଗଙ୍କୁ କାମ୍ୟା ଡେଟ୍ କରୁଛନ୍ତି । ଏହା ସହ ଆସନ୍ତା ବର୍ଷ ଦୁହେଁ ବିବାହ କରିବେ ବୋଲି କହିଛନ୍ତି କାମ୍ୟା ।
/sambad/media/post_attachments/9739712c7bb24a47cfe177a404918f91511c33011dd7cf0079228b94b00c34a5.jpeg) amarujala.com
 amarujala.comବମ୍ବେ ଟାଇମ୍ସକୁ ସାକ୍ଷତକାର ଦେଇ କାମ୍ୟା କହିଛନ୍ତି, ଶଲଭଙ୍କ ସହ ଚଳିତ ବର୍ଷ ଫେବୃଆରୀରେ ମୋର ଦେଖା ହୋଇଥିଲା । ସ୍ୱାସ୍ଥ୍ୟ ସମସ୍ୟା ନେଇ ମୋର ଜଣେ ବନ୍ଧୁ ଶଲଭଙ୍କୁ ଭେଟିବାକୁ ମୋତେ କହିଥିଲେ । ଯାହା ପରେ ଆମେ ଦୁହେଁ କଥା ହୋଇଥିଲୁ । କିଛି ଦିନ କଥା ହେବା ପରେ ସେ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ମୋର ପ୍ରଥମ ବିବାହ ଭାଙ୍ଗିବା ପରେ ମୁଁ ବିବାହ କରିବାକୁ ରାଜି ନ ଥିଲି । ବିବାହ ଉପରୁ ମୋର ବିଶ୍ୱାସ ଉଠି ଯାଇଥିବା ବେଳେ ଶଲଭ ମୋତେ ପୁଣି ଥରେ ବିବାହ ଉପରେ ବିଶ୍ୱାସ କରିବାକୁ ବାଧ୍ୟ କରିଥିଲେ। ଆମେ ଦୁହେଁ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛୁ ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/09/-3.jpg)