ଏୟାର ଇଣ୍ଡିଆ ବିମାନରେ ଯାତ୍ରା ପୂର୍ବରୁ ଲୋକପ୍ରିୟ ଅଭିନେତା ସେୟାର କଲେ ଏଭଳି ପୋଷ୍ଟ

Advertisment
36fe2193-3ddc-49b8-95e3-5f7e2e46511f

ମୁମ୍ବାଇ: ଜୁନ୍ ୧୨ ତାରିଖରେ ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନର ଭୟାବହ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ମୋଟ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ଦେଲେ ବାକି ସମସ୍ତ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। 

ଏହି ଦୁର୍ଘଟଣା ପରେ ଏୟାର ଇଣ୍ଡିଆ କମ୍ପାନି ଅନେକ ଲୋକଙ୍କ ଟାର୍ଗେଟରେ ଆସିଥିଲା। ବିମାନର ଭୟାବହ ଦୁର୍ଘଟଣା ପରେ ଅନେକଲୋକ (ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ) ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବା ପୂର୍ବରୁ  ସେମାନଙ୍କ ମନରେ କ'ଣ ଚାଲିଛି ସେ ବିଷୟରେ ନିଜନିଜର ପୋଷ୍ଟ ସେୟାର କରିଥିଲେ।
 

ଏହି ତାଲିକାରେ ଅଭିନେତା କନୱଲଜିତ ସିଂହ ବି ସାମିଲ ଅଛନ୍ତି। କନୱଲଜିତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବା ପୂର୍ବରୁ ଏକ ଭିଡିଓ ସେୟାର କରି  କହିଛନ୍ତି, ‘ଟୁ କଲମ୍ବୋ; ଏୟାର ଇଣ୍ଡିଆ ବିମାନ ଦ୍ୱାରା... ମୁଁ ଏକ ଉଇଲ ତିଆରି କରିଛି।"



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe