ଇନ୍ଦିରା ବନିବା ପରେ ଛାଇଗଲେ କଙ୍ଗନା

Advertisment
ଇନ୍ଦିରା ବନିବା ପରେ ଛାଇଗଲେ କଙ୍ଗନା

Variety

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ସିନେମା ‘ଏମର୍ଜେନ୍ସି’ର ଟ୍ରେଲର୍‌। କଙ୍ଗନା ରାନାୱତଙ୍କ ଅଭିନୀତ ଏହି ସିନେମାର ଟ୍ରେଲର୍‌ ଦେଖି ଦର୍ଶକ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଦିବଗଂତ ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିଥିବା କଙ୍ଗନା ଫିଲ୍ମରେ ଅବିକଳ ତାଙ୍କ ପରି ଦିଶୁଛନ୍ତି। କଙ୍ଗନାଙ୍କ ବ୍ୟତୀତ ସାମ୍‌ ମାନେକ୍ସଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ମିଲିନ୍ଦ ସୋମନଙ୍କ ଅଭିନୟର ବି କୌଣସି ତୁଳନା ନାହିଁ।

ଟ୍ରେଲର୍‌ରେ ଅନୁପମ୍‌ ଖେର୍‌ ଓ ଶ୍ରେୟାସ ତାଲପଡେଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଯୁବା ଇନ୍ଦିରା ଗାନ୍ଧୀ ରାଜନୀତିରେ ପ୍ରବେଶ କରିବା ବେଳେ ତାଙ୍କ ପିତା ଜବାହାରଲାଲ୍‌ ନେହେରୁଙ୍କ ସହ କିପରି ସଂପର୍କ ରହିଛି ଦୃଶ୍ୟମାନ ହୋଇଛି। ଏହା ବି ଦେଖିବାକୁ ମିଳିଛି ଯେ ଇନ୍ଦିରା ଗାନ୍ଧୀ ତାଙ୍କର ଦୀର୍ଘ କ୍ୟାରିୟର୍‌ରେ ଯୁଦ୍ଧ ଓ ରାଜନୈତିକ ଅଶାନ୍ତିକୁ କିପରି ସମ୍ଭାଳିଛନ୍ତି।

ଏହି ଫିଲ୍ମରେ ଦେଶରେ ୨୧ ମାସ ଧରି ଲାଗୁ ହୋଇଥିବା ‘ଜରୁରୀକାଳିନ ପରିସ୍ଥିତି’ର କଥା ରହିଛି। ୧୯୭୫ ମସିହାରେ କିପରି ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀକାଳିନ ପରିସ୍ଥିତି ବା ଏମର୍ଜେନ୍ସି ଲଗାଇଥିଲେ ତାହା ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe