New Indian Express
କ୍ରିକେଟ୍ ଧାରା ବିବରଣୀ ଦେଉଥିବା ବେଳେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାମ ଉଠାଇବାକୁ ନେଇ କିଂବଦନ୍ତି କ୍ରିକେଟର୍ ସୁନିଲ ଗାଭାସ୍କରଙ୍କୁ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ କିଙ୍ଗ୍ ଏକାଦଶ ପଞ୍ଜାବ ବିପକ୍ଷରେ ବିରାଟ କୋହଲିଙ୍କ ଧିମା ପ୍ରଦର୍ଶନକୁ ନେଇ ଗାଭାସ୍କର କହିଥିଲେ, ଲକ୍ଡାଉନ୍ରେ କୋହଲି କେବଳ ଅନୁଷ୍କାଙ୍କ ବୋଲିଂର ସମ୍ମୁଖୀନ ହୋଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିବା ବେଳେ ଆଜି ଅଭିନେତ୍ରୀ କଙ୍ଗନା ରଣାୱତ ବି ଏଥିରେ ସାମିଲ ହୋଇଛନ୍ତି।
କଙ୍ଗନା କହିଛନ୍ତି, ଜଣେ ମହିଳାଙ୍କ ସଂପର୍କରେ ଜାତୀୟ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ଦେବା ଅନ୍ୟନ୍ତ ଲଜ୍ଜାଜନକ। ଏଥିସହ ଅନୁଷ୍କାଙ୍କ ଉପରେ ବି ବର୍ଷିଛନ୍ତି କଙ୍ଗନା। ସେ କହିଛନ୍ତି, ମତେ ଯେତେବେଳେ ‘ହାରାମ୍ଖୋର୍ ଲଡ୍କି’ କହି ଅପମାନିତ କରାଯାଇଥିଲା, ସେତେବେଳେ ଅନୁଷ୍କା ମୁହଁ ଖୋଲି ନଥିଲେ। ଚୁପ୍ ରହିଲେ।
Follow Us