କଙ୍ଗନାଙ୍କୁ ମୁଁ କୌଣସି ନୋ ଇଣ୍ଟରଫିରେନ୍ସ କଣ୍ଟ୍ରାକ୍ଟ ସାଇନ୍‌ କରାଇ ନାହିଁ ବୋଲି ସ୍ପଷ୍ଟ କଲେ ନିର୍ଦ୍ଦେଶକ ଅଶ୍ୱିନୀ କୁମାର

ଜନ୍ମଦିନର ଦଶ ଦିନ ପୂର୍ବରୁ ମଉନ ବ୍ରତ ପାଳନ କରିବେ କଙ୍ଗନା

ମୁମ୍ବାଇ: କିଛି ଦିନ ତଳେ ଖବର ଆସିଥିଲା କି କଙ୍ଗନାଙ୍କ ପାଇଁ ମଣିକର୍ଣ୍ଣିକା ଫିଲ୍ମକୁ ନେଇ ହେଉଥିବା ବିବାଦକୁ ଦେଖି ନିର୍ଦ୍ଦେଶକ ଅଶ୍ୱିନୀ କୁମାର କଙ୍ଗନାଙ୍କୁ ନୋ ଇଣ୍ଟରଫିରେନ୍ସ କଣ୍ଟ୍ରାକ୍ଟ ସାଇନ୍‌ କରିବାକୁ କହିଥିଲେ । ଫିଲ୍ମ ପଙ୍ଗାରେ ସେ କଙ୍ଗନାକୁ ନେବାକୁ ଚାହୁଁଥିବା ବେଳେ କଙ୍ଗନା ଯେମିତି କୌଣସି ବାଧା ନ ସୃଷ୍ଟି କରନ୍ତି ସେଥିପାଇଁ ଅଶ୍ୱିନୀ ଏପରି କରିଥିବାର ସୂଚନା ମିଳିଥିଲା ।

publive-image Scroll.in

କିନ୍ତୁ ଏବେ ଏହି ଖବରକୁ ମିଛ ବୋଲି ସ୍ପଷ୍ଟ କରିଛନ୍ତି ନିର୍ଦ୍ଦେଶକ ଅଶ୍ୱିନୀ କୁମାର । କଙ୍ଗନାଙ୍କ ସହ କାମ କରିବା ପାଇଁ ସେ କୌଣସି ସର୍ତ୍ତ ରଖି ନାହାନ୍ତି କି କୌଣସି ପ୍ରକାରର କଣ୍ଟ୍ରାକ୍ଟ ସାଇନ୍‌ କରି ନାହାନ୍ତି ବୋଲି କହିଛନ୍ତି । ଏବେ ଏହି ଖବର ଆସିବା ପରେ ନିର୍ଦ୍ଦେଶକ ଅଶ୍ୱିନୀ କୁମାର କଙ୍ଗନାଙ୍କ ସହ କିପରି କାମ କରୁଛନ୍ତି ତାହା ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe