ରାଜଦୀପଙ୍କ ଉପରେ ବର୍ଷିଲେ କଙ୍ଗନା

Advertisment
କଙ୍ଗନା ନିଜ ଲାଭ ପାଇଁ ଏଭଳି ବିବୃତ୍ତି ଦେଉଛନ୍ତି: ସୁଶାନ୍ତଙ୍କ ପରିବାର ଓକିଲ

Koimoi

ପୁଣି ଚର୍ଚ୍ଚାରେ ବଲିଉଡ୍‌ ‘କ୍ବିନ୍‌’ କଙ୍ଗନା ରଣାୱତ। ‘ବଲିଉଡ୍‌‌ରେ ସ୍ବଜନତୋଷଣ’ ପ୍ରସଙ୍ଗକୁ ଖୋରାକ୍‌ ଯୋଗାଇ ଚର୍ଚ୍ଚାରେ ରହିଥିବା କଙ୍ଗନା ଏବେ ଜାତୀୟସ୍ତରର ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଈଙ୍କ ଉପରେ ଭୀଷଣ ବର୍ଷିଛନ୍ତି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ରାଜଦୀପ ଦେଇଥିବା ଏକ ମନ୍ତବ୍ୟକୁ ସେ ଘୋର ବିରୋଧ କରିଛନ୍ତି।

publive-image

ଟ୍ବିଟ୍‌ କରି କଙ୍ଗନା କହିଛନ୍ତି, ଯଦି ସୁଶାନ୍ତ ସେତେ ଗୁରୁତ୍ବପୂର୍ଣ୍ଣ ନୁହନ୍ତି, ତେବେ କିଏ ଗୁରୁତ୍ବପୂର୍ଣ୍ଣ; ରଣବୀର କପୁର, ବରୁଣ ଧାବନ ନା ସୋନମ୍‌ କପୁର? ଆପଣଙ୍କ ଭଳି ଜଣେ ବରିଷ୍ଠ ସାମ୍ବାଦିକ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କଙ୍ଗନା କହିଛନ୍ତି। ସୂଚନା ଅନୁଯାୟୀ, ଜାତୀୟ ଗଣମାଧ୍ୟମରେ ଚାଲିଥିବା ଏକ ଚର୍ଚ୍ଚାରେ ରାଜଦୀପ କହିଥିଲେ, ସୁଶାନ୍ତ ଏତେ ଗୁରୁତ୍ବପୂର୍ଣ୍ଣ ନୁହଁନ୍ତି ଯେ ତାଙ୍କୁ ନେଇ ପୂରା ମୁମ୍ବାଇ ପୁଲିସ୍‌ ଚାପଗ୍ରସ୍ତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe