ମୁଁ କଜିଆ ଆରମ୍ଭ କରିଛି ବୋଲି ପ୍ରମାଣ ହେଲେ ଟ୍ବିଟର ଛାଡ଼ିବି: କଙ୍ଗନା

Advertisment
ବଲିଉଡ୍‌ ଉପରେ ପୁଣି ବର୍ଷିଲେ କଙ୍ଗନା

Rediff.com

ମୁମ୍ବାଇ: ‘ମୁଁ  ଜଣେ କଜିଆ କରୁଥିବା ମହିଳା ନୁହେଁ। କୌଣସି କଳି ବା ଝଗଡ଼ା ପ୍ରଥମେ ମୁଁ ଆରମ୍ଭ କରିନାହିଁ। ଏହାର ପ୍ରମାଣ ରହିଛି। ଯଦି କେହି ପ୍ରମାଣ କରିଦିଅନ୍ତି ଯେ ମୁଁ ପ୍ରଥମେ ଝଗଡ଼ା ଆରମ୍ଭ କରିଥିଲି ତେବେ ମୁଁ ଟ୍ବିଟର୍‌ ଛାଡ଼ିଦେବି।’ ବଲିଉଡ୍‌ କ୍ବିନ୍‌ କଙ୍ଗନା ରଣାୱତ୍‌ ଆଜି ପୁଣି ଏଭଳି ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଲଗା‌ତାର ନିଜର କଟୁ ବଚ୍ଚନରେ ଅନ୍ୟମାନକୁ ନିଶାଣ ସାଧି ଆସିଛନ୍ତି କଙ୍ଗନା। ସେ ଆଜି ନିଜ ତରଫରୁ ଟ୍ବିଟ୍‌ କରି କହିଛନ୍ତି, ମୁଁ କୌଣସି ଲଢ଼େଇ ଆରମ୍ଭ କରେନି, ଓଲଟା ଶେ‌ଷ କରେ।

ପ୍ରକାଶଯୋଗ୍ୟ, କଙ୍ଗନା ମୁମ୍ବାଇକୁ ପାକ୍‌ ଅଧିକୃତ କଶ୍ମୀର, ଉର୍ମିଳାଙ୍କ ସଫ୍ଟ ପର୍ଣ୍ଣ ଷ୍ଟାର୍‌ ଆଦି କହିବା ପ‌ରେ ପ୍ରଶଂସକମାନେ ତାଙ୍କ ଉପରେ ଗର୍ଜିଥିଲେ। ଏପରିକି ଆଜି ଅନୁରାଗ କଶ୍ୟପଙ୍କ ସହ ବି କଙ୍ଗନାଙ୍କ ବାକ୍‌ ଯୁଦ୍ଧ ହୋଇଥିଲା। ଅନୁରାଗ କହିଥିଲେ, ଉଭଣୀ ତୁ ହିଁ ଜଣେ ଅଛୁ, ଆମର ଗୋଟିଏ ବୋଲି ମଣିକର୍ଣ୍ଣିକା। ଯା’ ୪/୫ ଜଣ ଲୋକଙ୍କୁ ନେଇକି ଯା’ ଚୀନ୍‌ ସହ ଯୁଦ୍ଧ ଲଢ଼ିବୁ। ଦେଖୁନୁ ଭାରତର ସୀମା ଅତିକ୍ରମ କରି ଚୀନ୍‌ ସେନା କେତେ ବାଟ ପଳେଇ ଆସିଲେଣି। ଯା’ ଦେଖେଇଦେ ଯେ, ଭାରତର କିଏ କିଛି ବି କରିପାରିବେନି। ଏଲ୍‌ଏସି ତୋ ଘରଠାରୁ ମାତ୍ର ଗୋଟିଏ ଦିନର ରାସ୍ତା। ଯା’ ଆମ ସିଂହୀ ଯା’।

ଏହାର ଉତ୍ତରରେ କଙ୍ଗନା କହିଥିଲେ, ମୁଁ ଦେଶର ସୀମାକୁ ଯାଉଛି ଯୁଦ୍ଧ କରିବାକୁ। ତୁମେ ଯାଅ ଅଲମ୍ପିକ୍‌ସ୍‌ ସ୍ବର୍ଣ୍ଣପଦକ ଆଣିବ। ଏହା କୌଣସି ବି-ଗ୍ରେଡ୍‌ ଚଳଚ୍ଚିତ୍ର ନୁହେଁ ଯେ ଯିଏ ଯାହା ଚାହିଁବ ସେ ଭୂମିକାରେ ଅଭିନୟ କରିବ। ତୁମେ ମୋ ସାଙ୍ଗ ଥିଲା ବେଳେ ଚତୁର ଥିଲ, ଏବେ ଏତେ ମୂର୍ଖ କେମିତି ହୋଇଗଲ ବୋଲି କଙ୍ଗନା ଟ୍ବିଟ୍‌ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe