ନୂଆଦିଲ୍ଲୀ: ପ୍ରୟାଗରାଜର ମହାକୁମ୍ଭକୁ ପରିବାର ସହିତ ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସା ସୋସିଆଲ ମିଡିଆରେ ଭାଇରାଲ ହେବାଦିନ ଠାରୁ ଚର୍ଚ୍ଚାର ପରିସରରେ ରହିଛନ୍ତି। 

Advertisment

ମହାକୁମ୍ଭ ୨୦୨୫କୁ ପରିବାର ସହିତ ମାଳା ବିକ୍ରି କରିବାକୁ ଆସିଥିବା ମୋନାଲିସା ମଧ୍ୟପ୍ରଦେଶର ଇନ୍ଦୋରରେ ବସବାସ କରନ୍ତି। ସେ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଭାଇରାଲ ହେବାପରେ ମୋନାଲିସାଙ୍କୁ କୁମ୍ଭମେଳାରେ ଲୋକେ ହଇରାଣ କରିବା ଆରମ୍ଭ କରି ଦେଇଥିଲେ। ଯେଉଁଥିପାଇଁ ସେ ନିଜର ସୁରକ୍ଷା ତଥା ପରିବାର ଲୋକଙ୍କ ମାଳା ବ୍ୟବସାୟରେ ହେଉଥିବା କ୍ଷତିକୁ ଦେଖି ନିଜ ଗାଁକୁ ଫେରି ଯାଇଛନ୍ତି।

ଅଧିକପଢ଼ନ୍ତୁ:କଂଗ୍ରେସ ସାଂସଦଙ୍କୁ ସାମ୍ବାଦିକ ସମ୍ମିଳନୀରୁ ଗିରଫ କଲା ପୁଲିସ, ଲାଗିଛି ଦୁଷ୍କର୍ମର ଆରୋପ

ସମ୍ପ୍ରତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ମୋନାଲିସାଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। 

Latest and Breaking News on NDTV

ପୋଷ୍ଟରେ କଙ୍ଗନା ଲେଖିଛନ୍ତି, ‘ଏହି ବାଳିକା ଜଣକ ତାଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛନ୍ତି। ଉକ୍ତ ବାଳିକାଙ୍କ ଫଟୋ ଓ ଭିଡିଓ ଉଠାଇବା ପାଇଁ ଲୋକେ ତାଙ୍କୁ ଯେଭଳି ଭାବେ ହଇରାଣ କରିଥିଲେ ତାହା ଦେଖି ମୋତେ ଆଦୌ ଭଲ ଲାଗି ନଥିଲା।

ଅଧିକପଢ଼ନ୍ତୁ: ଗୁରୁତର ଓ ହଜି ଯାଇଥିବା ଲୋକଙ୍କ ସୂଚନା ପାଇଁ ଜାରି ହେଲା ମହାକୁମ୍ଭ ହେଲପଲାଇନ ନମ୍ବର

ଏହି କ୍ରମରେ ମୋ ମନରେ ଆଉ ଏକ କଥାା ଉଙ୍କି ମାରିଛି କି ଗ୍ଲାମର ଦୁନିଆରେ ଡାର୍କ ଓ ଡସ୍କି ଭାରତୀୟ ଟୋନର ମହିଳା ଅଛନ୍ତି କି? କ’ଣ ଦର୍ଶକ ଆଜିକାଲିର ଅଭିନେତ୍ରୀଙ୍କୁ ସେମିତି ଭଲ ପାଇବା ‌ଦେଉଛନ୍ତି କି? ଯେମିତି କି ସେମାନେ କାଜୋଲ, ଅନୁ ଅଗ୍ରୱାଲ, ବିପାଶା, ଦୀପିକା, ପ୍ରିୟଙ୍କା ଓ ରାଣୀ ମୁଖାର୍ଜୀଙ୍କୁ ଦେଉଥିଲେ। ଏବେ ସମସ୍ତ ଅଭିନେତ୍ରୀଙ୍କ ଚେହେରାର ରଙ୍ଗ ସଫା ‌କହିଲେ ଚଳେ। ଲୋକେ ମନୋଲିସାଙ୍କୁ ଗୋଟିଏ ଝଲକରେ ଏତେମାତ୍ରାରେ ଭଲ ପାଇବା ଦେଇଛନ୍ତି  ଯାହା କଳ୍ପନା ବାହାରେ । ଏହା ତୁଳନାରେ ଇଣ୍ଡଷ୍ଟ୍ରିକୁ ନୂଆ ଆସିଥିବା ଅଭିନେତ୍ରୀଙ୍କୁ କାହିଁକି ଦର୍ଶକ ସେମିତି ଭଲ ପାଇବା ଦେଇ ପାରୁ ନାହାନ୍ତି?