ଏହି କାରଣରୁ ୨ ସପ୍ତାହ ମଧ୍ୟରେ ବୈଜ୍ଞାନିକଙ୍କ ସହ ହୋଇଥିଲା କଙ୍ଗନାଙ୍କ ବ୍ରେକଅପ, ୩୬ବର୍ଷରେ ବି ମିଳିନି ମନର ମଣିଷ

Advertisment
ଏହି କାରଣରୁ ୨ ସପ୍ତାହ ମଧ୍ୟରେ ବୈଜ୍ଞାନିକଙ୍କ ସହ ହୋଇଥିଲା କଙ୍ଗନାଙ୍କ ବ୍ରେକଅପ, ୩୬ବର୍ଷରେ ବି ମିଳିନି ମନର ମଣିଷ

ମୁମ୍ବାଇ: ବଲିଉଡ କୁଇନ୍‌ କଙ୍ଗନା ରାଣାୱତ ଆଜି ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନ ଅବସରରେ କଙ୍ଗନା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କ୍ଷମା ମାଗିଥିବା ଦେଖାଯାଇଛି। ଇନଷ୍ଟାରେ ଭିଡିଓ ସେୟାର କରି ଯଦି କାହାର ‌ମନକୁ ମୋର କିଛି ବି କଥା କେବେ ଆଘାତ ଦେଇଛି ତ ମୁଁ ‌ସେଥିପାଇଁ କ୍ଷମା ଚାହୁଁଛି ବୋଲି କହିଛନ୍ତି କଙ୍ଗନା। ତେବେ ନିଜର ବୟାନ ପାଇଁ ସବୁବେଳେ ବିବାଦରେ ରହୁଥିବା କଙ୍ଗନା ନିଜ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଅନେକଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ମନର ମଣିଷ ମିଳିପାରିନାହିଁ।

ଏ ମଧ୍ୟରେ ୨୦୧୩ରେ ସେ ଏକ ସାକ୍ଷାତକାରରେ କହିଥିବା କଥା ସାମ୍ନାକୁ ଆସିଛି। କଙ୍ଗନା ଜଣେ ବୈଜ୍ଞାନିକଙ୍କୁ ଡେଟ କରିଥିବା ପ୍ରକାଶ କରିବା ସହ ୨ସପ୍ତାହ ମଧ୍ୟରେ ତାଙ୍କର ବ୍ରେକଅପ୍ ହୋଇଥିଲା ବୋଲି କହିଥିଲେ। ‌ସେ କହିଥିଲେ ଯେ, ମୁଁ ଜଣେ ବ‌ୈଜ୍ଞାନିକଙ୍କୁ ଡେଟ କରୁଥଲି, ହେଲେ ସେ ମୋ ପେସା ବିଷୟରେ କିଛି ବି ଜାଣି ନଥିଲେ। ହଜାରେ ପ୍ରଶ୍ନ କରିବେ ବୋଲି ଭାବି ମୁଁ ଅଭିନୟ କରେ ବୋଲି ତାଙ୍କୁ କହି ନଥିଲି। ଆମ ସମ୍ପର୍କ ୨ସପ୍ତାହ ପର୍ଯ୍ୟନ୍ତ ଠିକ ଚାଲିଥିଲା। ହେଲେ ଏହା ପରେ ଆମକୁ ଅଲଗା ହେବାକୁ ପଡ଼ିଥିଲା, କାରଣ ସେ ବିବାହ କରିବାକୁ ଚାହୁଁଥିଲେ ଏବଂ ମୁଁ ପ୍ରସ୍ତୁତ ନଥିଲି। ବ୍ରେକଅପ୍ ହୋଇଥିଲେ ବି ଆମେ ଦୁହେଁ ଏବେ ଭଲ ବନ୍ଧୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe