୩୬ ବର୍ଷ ବୟସରେ କଙ୍ଗନା; ଭିଡିଓ ଜାରି କରି ମାଗିଲେ କ୍ଷମା

Advertisment
୩୬ ବର୍ଷ ବୟସରେ କଙ୍ଗନା; ଭିଡିଓ ଜାରି କରି ମାଗିଲେ କ୍ଷମା

CineJosh

ମୁମ୍ବାଇ: ବଲିଉଡ କୁଇନ୍‌ କଙ୍ଗନା ରାଣାୱତ ଆଜି ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନ ଅବସରରେ କଙ୍ଗନା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ମାଧ୍ୟମରେ ଅଭିନେତ୍ରୀ ତାଙ୍କ ପରିବାର, ଗୁରୁ ଏବଂ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏସବୁ ବ୍ୟତୀତ ସେ ସେହି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ତାଙ୍କୁ ପ୍ରତ୍ୟେକ ସମୟରେ ଟ୍ରୋଲ କରୁଛନ୍ତି।

ଖୁବ୍ ଭଲ ଅଭିନୟ ବ୍ୟତୀତ କଙ୍ଗନା ରାଣାୱତ ନିଜର ବୋଲଡ୍‌ ବୟାନ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା। ନିଜ କାମକୁ ନେଇ ହେଉ କିମ୍ବା କୌଣସି ସାମାଜିକ ସମସ୍ୟାକୁ ନେଇ ହେଉ, ନିଜର ମତ ରଖିବା‌କୁ ଆ‌ଦୌ ବି ଭୟ କରନ୍ତିନି କଙ୍ଗନା। ବେଳେବେଳେ ଏହି କାରଣରୁ ସେ ମଧ୍ୟ ବହୁତ ଟ୍ରୋଲ୍ ହୋଇଛନ୍ତି। କିନ୍ତୁ କଙ୍ଗନା ଏହା ପୂର୍ବରୁ କହିସାରିଛନ୍ତି ଯେ ସେ ଟ୍ରୋଲର୍ସଙ୍କୁ ହେୟ ମନେ କରନ୍ତି ନାହିଁ। କାରଣ ସେମାନଙ୍କ ପାଇଁ ହିଁ ସେ ଆଗକୁ ବଢ଼ିବାକୁ ପ୍ରେରଣା ପାଇଛନ୍ତି।

କଙ୍ଗନା ରାଣାୱତ୍‌ ତାଙ୍କ ଜନ୍ମଦିନରେ ଯେଉଁ ବାର୍ତ୍ତା ସେୟାର କରିଛନ୍ତି, ସେଥିରେ କହିଛନ୍ତି, 'ମୋ ଜନ୍ମଦିନ ଅବସରରେ ମୁଁ ମୋର ପିତାମାତାଙ୍କୁ କୃତଜ୍ଞତା ଜଣାଇବାକୁ ଚାହେଁ। ମୋର ପିତାମାତା, ମୋର କୁଲଦେବୀ ମା ଅମ୍ବିକାଜୀ, ମୋର ସମସ୍ତ ଗୁରୁ, ବିଶେଷ କରି ଆଧ୍ୟାତ୍ମିକ ଗୁରୁ ଶ୍ରୀ ସଦ୍‌ଗୁରୁଜୀ, ସ୍ୱାମୀ ବିବେକାନନ୍ଦଜୀ, ମୁଁ ମୋର ସମସ୍ତ ପ୍ରଶଂସକ, ଶୁଭେଚ୍ଛୁ, ପ୍ରଶଂସକ, ଯେଉଁମାନେ ମୋ ସହ କାମ କରୁଛନ୍ତି ଓ ସମାଲୋଚକମାନଙ୍କୁ କୃତଜ୍ଞତା ଜଣାଉଛି।’ ଏହା ସହ ଯଦି କାହାର ‌ମନକୁ ମୋର କିଛି ବି କଥା କେବେ ଆଘାତ ଦେଇଛି ତ ମୁଁ ‌ସେଥିପାଇଁ କ୍ଷମା ଚାହୁଁଛି ବୋଲି କଙ୍ଗନା ଶେଷରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe