ମୁମ୍ବାଇ: ପୁଣି ଥରେ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଟାର୍ଗେଟ କଲେ ଅଭିନେତ୍ରୀ କଙ୍ଗନା ରାଣାୱତ୍। ପୂର୍ବରୁ ଇନଷ୍ଟା ଷ୍ଟୋରୀରେ ରଣବୀରଙ୍କୁ ଧଳା ମୂଷା ଓ ଦୁର୍ଯ୍ୟୋଧନ କହିବା ପରେ ଏବେ କଙ୍ଗନା, ରଣବୀର ଓ ଆଲିଆଙ୍କ ବିବାହକୁ ନକଲି ବୋଲି କହିଛନ୍ତି। ଏହା ସହ ରଣବୀର ଫିଲ୍ମର ପ୍ରମୋସନ ପାଇଁ ଆଲିଆଙ୍କୁ ବିବାହ କରିଥିବା ଦାବି କରିଛନ୍ତି କଙ୍ଗନା। କାହାର ନାମ ନେଇନଥିଲେ ବି ଇନଷ୍ଟା ଷ୍ଟୋରୀରୁ ସେ ରଣବୀର ଓ ଆଲିଆଙ୍କୁ ଟାର୍ଗେଟ କରିଥିବା ସୋସିଆଲ ମିଡିଆ ବ୍ୟବହାରକାରୀ କହିବା ଆରମ୍ଭ କରିଛନ୍ତି।
କଙ୍ଗନା ରାନାୱତ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ପତି-ପତ୍ନୀ ହୋଇ ଅଲଗା ଅଲଗା ମହଲାରେ ରହୁଥିବା ଏକ ନକଲି ଦମ୍ପତି ଚଳଚ୍ଚିତ୍ର ଘୋଷଣାର ମିଥ୍ୟା ଖବର ପ୍ରଚାର କରୁଛନ୍ତି ଯାହା ନିର୍ମାଣ ହେଉନାହିଁ। ଏଥି ସହିତ, ସେ ଏକ ବ୍ରାଣ୍ଡକୁ ନିଜ ବ୍ରାଣ୍ଡ ବୋଲି କହୁଛନ୍ତି। ସ୍ବାମୀ ମୋତେ ଦେଖା କରିବାକୁ ହାତ ଯୋଡୁଛନ୍ତି। ଏଭଳି ନକଲି ଦମ୍ପତିଙ୍କ ସତ ସମସ୍ତଙ୍କ ସାମ୍ନାକୁ ଆସିବା ଦରକାର। ବିବାହର କିଛି ବର୍ଷ ପରେ ଏବେ ସ୍ବାମୀ ପଶ୍ଚାତାପ କରୁଛନ୍ତି। ଏଭଳି ସେତେବେଳେ ଘଟେ, ଯେତେବେଳେ ଜଣେ ଫିଲ୍ମରେ କାମ କରିବାକୁ ବା ପ୍ରମୋସନ ପାଇଁ ବିବାହ କରେ। ଏହି ଅଭିନେତା ମାଫିଆ ଡାଡିଙ୍କ ଚାପରେ ଆସି ଫିଲ୍ମ ପାଇବାକୁ ବିବାହ କରିଥିଲେ। ହେଲେ ଏବେ ପଶ୍ଚାତାପ କରୁଛନ୍ତି। ଏ ହେଉଛି ଭାରତ। ଏଠାରେ ବିବାହ ହୋଇଗଲା ପରେ ଆଉ କିଛି ହୋଇପାରିବ ନାହିଁ। ସୁଧୁରି ଯାଅ।
glamshamତେବେ କଙ୍ଗନାଙ୍କ ଏଭଳି ଆରୋପ ଉପରେ ଏପର୍ଯ୍ୟନ୍ତ ଆଲିଆ ବା ରଣବୀର କାହାର ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
Follow Us